ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ କମିଟି କର୍ମକର୍ତାମାନଙ୍କ ନାମକୁ ଅଖିଳ ଭାରତ କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ଲାଲାଜୀ ଦେଶାଇ ଅନୁମୋଦନ ଦେଇଛନ୍ତି। ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ବିରେନ୍ ମୋହନ ପଟ୍ଟନାୟକ। ସୂଚନାନୁସାରେ ଏହି କମିଟିରେ ରାଜ୍ୟ ମହିଳା ସଂଗଠିକା ଭାବେ ଉଷାରାଣୀ ବେହେରା, ମୁଖ୍ୟ ଇନ୍ଷ୍ଟ୍ରକ୍ଟର ଭାବେ ରାମପ୍ରସାଦ ଜୟସ୍ୱାଲ୍, କାର୍ଯ୍ୟାଳୟ ଦାୟିତ୍ୱରେ ଜ୍ୟୋତିଷ କୁମାର ସାହୁ, ରାଜ୍ୟ ସଂଗଠକ ଭାବେ ଅଶୋକ କୁମାର ସିଂହ, ରବୀନ୍ଦ୍ର ନାଥ ବେହେରା, ତୃପ୍ତି ଦାସ, ବେଣୁଧର ନାୟକ, ବିଜୟଲକ୍ଷ୍ମୀ ମହାପାତ୍ର, ନଳିନୀ ବେହେରା, ମାଧବ ବିଶ୍ୱାଳ, ମୁନୁ ସରାଫ, ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ଏମ୍ଡି.ଶାହାଦୁଲ୍ଲା ଓ ବିପିନ ବିହାରୀ ନାୟକ ପ୍ରମୁଖ ରହିଛନ୍ତି। ରାଜ୍ୟ ପ୍ରଶିକ୍ଷକ ଭାବେ ଆର୍ଯ୍ୟ ଚନ୍ଦନ ପରିଜା, ମୁରଲୀ ମନୋହର ଯାଦବ ଓ କୈଳାସ ଚନ୍ଦ୍ର ବିଶୋଇ ପ୍ରମୁଖ ଥିବା ବେଳେ ରାଜ୍ୟ ସାଂଗଠାନିକ ସଂପାଦକ ଭାବେ ଅଂଜଳି ମଙ୍ଗରାଜ, ବିପିନ କିଶୋର ମାଝୀ, ସୁରେନ୍ଦ୍ର କୁମାର ପାଣି, କୁଳମଣି ସାହୁ, ଅଶୋକ ନାଥ, ବିପିନ ବିହାରୀ ନାୟକ, ଉମାପଦ ମିଶ୍ର, ମଳୟ ମଞ୍ଜରୀ ମହାପାତ୍ର, ଭୋଳାନାଥ ସାଗର, ସନ୍ଧ୍ୟାରାଣୀ ଦାସ, ସଂଜୟ କୁମାର ପରିଡ଼ା, ପ୍ରମୁଖ ଏବଂ ରାଜ୍ୟ ସଂଯୋଜକ ଭାବେ ପ୍ରଫୁଲ୍ଲ କୁମାର ପାଢ଼ୀ, ଅଜୟ କୁମାର ମହାନ୍ତି ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଥିବା ମୁଖ୍ୟ ସଂଗଠକ ଜଣାଇଛନ୍ତିି।
ରାଜ୍ୟ କଂଗ୍ରେସ ସେବାଦଳ କମିଟିର ନୂଆ କର୍ମକର୍ତା
/sambad/media/post_attachments/wp-content/uploads/2018/07/cong-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)