ଘୁ. ଉଦୟଗିରି: ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଉଦିତ ନାରାୟଣ ପ୍ରଧାନ ରବିବାର ପ୍ରଥମ କନ୍ଧମାଳଜିଲ୍ଲା ଗସ୍ତ କରିଛନ୍ତି। ରାଜ୍ୟ ଛାତ୍ର କଂଗ୍ରେସର ପ୍ରଭାରୀ ଚୁନୁ ସିଂ ମଧ୍ୟ ତାଙ୍କ ସହ ଗସ୍ତ କରିଥିଲେ। ଏହି ଗସ୍ତର ମୁଖ୍ୟ ଉଦେଶ୍ୟ ହେଲା କନ୍ଧମାଳ ଜିଲ୍ଲାର ଛାତ୍ର ଛାତ୍ରୀମାନଙ୍କ ମୌଳିକ ସମସ୍ୟା ବୁଝିବା ଓ ତାହାର ସମାଧାନ ପାଇଁ ଆଗାମୀ ଦିନରେ କାର୍ଯ୍ୟକ୍ରମ ଆରମ୍ଭ କରିବା।
କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ବହୁ ଶିକ୍ଷକ ଓ ଅଧ୍ୟାପକ ପଦବି ବହୁ ଦିନ ହେଲାଣି ଖାଲି ହୋଇ ପଡ଼ିଛି। ଆଗାମୀ ଦୁଇ ମାସ ମଧ୍ୟରେ ସରକାର ତୁରନ୍ତ ଖାଲି ପଡ଼ିଥବାପଦବି ପୂରଣ କରିବା ପାଇଁ ନିର୍ଦେଶ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ରାଜ୍ୟର ପ୍ରତ୍ୟେକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପ୍ରଭାରୀ ଶ୍ରୀ ସିଂ କହିଲେ। ଆଗାମୀ ଦୁଇ ମାସ ମଧ୍ୟରେ କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମୌଳିକ ସମସ୍ୟା ପୂରଣ ନ ହେଲେ ରାଜ୍ୟ ଛାତ୍ର କଂଗ୍ରେସ ତାହାର ଉଚିତ ଜବାବ ଦେବ ଏବଂ ଆବଶ୍ୟକ ପଡ଼ିଲେ ରାଜ ରାସ୍ତାକୁ ଓଲେଇବ ବୋଲି ଛାତ୍ର କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି।
ଘୁ.ଉଦୟଗିରିରେ ତାଙ୍କୁ ସ୍ବାଗତ କରିବା ସହ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହ ଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା।କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବହୁ ଛାତ୍ର ନେତା ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବାରେ ସହଯୋଗ କରିଥିବାରୁ ଜିଲ୍ଲାର ଯୁବ ନେତା ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କୁ ସମସ୍ତେ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/01/4wnAJXO8TERtWq6DEHbs.jpg)