ରାଫେଲ୍‌ ଦଲିଲ ଚୋରି: ‘ଉଭାନ୍‌ ହୋଇଯିବା’ ମୋଦି ସରକାରଙ୍କର ନୂଆ ଟ୍ୟାଗ୍‌ ଲାଇନ୍‌: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ରାଫେଲ୍‌ ରାଜିନାମା ବୁଝାମଣା ସଂକ୍ରାନ୍ତ ଫାଇଲ୍‌ ଚୋରି ହୋଇ ଯାଇଥିବା କଥା କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇବାର ଦିନକ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୀବ୍ର ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ନିମିତ୍ତ ଦଲିଲ ଚୋରି ହୋଇ ଯାଇଛି।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ରାହୁଳ ଗାନ୍ଧୀ କହିଲେ ସରକାର ନୂଆ ଟ୍ୟାଗ୍‌ ଲାଇନ୍‌ ପାଇଛନ୍ତି- ଉଭାନ୍‌ ହେଇଗଲା।

ନୂଆଦିଲ୍ଲୀ ଠାରେ ଗୁରୁବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଳ କହିଛନ୍ତି: ଦୁଇ କୋଟି ଯୁବଙ୍କ ବେକାରୀ ଉଭାନ୍‌ ହୋଇଗଲା। ଚାଷୀଙ୍କ ଲାଗି ଉପଯୁକ୍ତ ମୂଲ୍ୟ ଉଭାନ୍‌ ହୋଇଗଲା। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୧୫ ଲକ୍ଷ ଲେଖାଏଁ ଜମା ପ୍ରତିଶ୍ରୁତି ଉଭାନ୍‌ ହୋଇଗଲା। ଏବଂ ଏବେ ରାଫେଲ୍‌ ଫାଇଲ୍‌ ଉଭାନ୍‌ ହୋଇ ଯାଇଛି।

ସେ ଅଭିଯୋଗ କରିଛନ୍ତି ଯେ ଉଭାନ୍‌ର ମୁଖ୍ୟ ଲକ୍ଷ୍ୟ ହେଉଛି ନରେନ୍ଦ୍ର ମୋଦିଙ୍କୁ ରକ୍ଷା କରିବା। ଚୌକିଦାରଙ୍କୁ ରକ୍ଷା କରିବାକୁ ପଡ଼ିବ।

ଅଫିସ୍‌ରୁ ଦଲିଲ୍‌ ଚୋରି ହୋଇଥିବା କଥା ସ୍ୱୀକାର କରି, ମୋଦି ସରକାର ସ୍ୱୀକାର କରିଛନ୍ତି କି, ସେ ଦଲିଲପତ୍ର ସମ୍ପୂର୍ଣ୍ଣ ଠିକ୍‌ ଥିଲା। ସମାନ୍ତରାଳ ବୁଝାମଣା ହୋଇଥିବା କଥା ଏଥିରୁ ସ୍ପଷ୍ଟ ବୋଲି ରାହୁଳ କହିଛନ୍ତି।

ସମ୍ବନ୍ଧିତ ଖବର