କୋଲ୍କାତା: ଆଜି ଅପରାହ୍ଣରେ ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରେ ଢେଲାପଥର ମାଡ଼ ହୋଇଛି। କିନ୍ତୁ, ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଏହି ଆକ୍ରମଣରୁ କୌଣସି ମତେ ବର୍ତ୍ତି ଯାଇଛନ୍ତି।
ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ନନ୍ଦୀଗ୍ରାମର ସାତେଙ୍ଗାବାରି ଅଞ୍ଚଳରେ ଏହି ଘଟଣା ଘଟିଛି। ସେଠାରେ ଶୁଭେନ୍ଦୁଙ୍କ ଗାଡ଼ି ଉପରକୁ ଢେଲାପଥର ଫିଙ୍ଗା ଯାଇଥିଲା। ଶୁଭେନ୍ଦୁଙ୍କ ଗାଡ଼ି ପଛେ ପଛେ ଯାଉଥିବା ଗଣମାଧ୍ୟମ ସଂସ୍ଥାନର ଏକ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି।
Image Courtesy of India Todayଏହାଛଡ଼ା, ପଶ୍ଚିମ ମିଦନାପୁର ଅନ୍ତର୍ଗତ କେଶପୁରର ବିଜେପି ପ୍ରାର୍ଥୀ ପ୍ରୀତିଶରଞ୍ଜନ କୋନାର୍ଙ୍କ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ରିପୋର୍ଟ ଆସିଛି।
ସୂଚନାଯୋଗ୍ୟ, ଆଜି ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ସମ୍ବେଦନଶୀଳ ଏବଂ ପଶ୍ଚିମବଙ୍ଗ ରାଜନୈତିକ ହିଂସାର ଇତିହାସ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ନିର୍ବାଚନ କମିସନ୍ ଅନ୍ୟୂନ ୨୨ କମ୍ପାନି ସେଣ୍ଟ୍ରାଲ୍ ଫୋର୍ସ ମୁତୟନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/subhendu.jpg)