ବେକାରୀ ସମସ୍ୟା ବିରୋଧରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ବେକାରୀ ସମସ୍ୟା ନେଇ ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଲୋୟର ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଛାତ୍ର କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସଚିବାଳୟ ଆଡ଼କୁ ଯିବା ବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶତାଧିକ ଛାତ୍ରନେତାଙ୍କୁ ଗିରଫ କରିବା ପରେ ପରିସ୍ଥିତି ଆୟତ୍ତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ, ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରା, ରଶି୍ମ ମହାପାତ୍ର, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରିତମ ଦାସ, ସୌମ୍ୟ ମିଶ୍ର, ସୁନିଲ୍‌ ମାଟିଆ, ଅନିଲ ସାହୁଙ୍କ ସମେତ ବହୁ ଛାତ୍ରନେତା ଏହି ବିକ୍ଷୋଭରେ ଉପସ୍ଥିତ ଦେଇଥିଲେ।

ସମ୍ବନ୍ଧିତ ଖବର