ମୋଦିଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ଅଡୁଆରେ ଥରୁର୍: କ୍ଷମା ପ୍ରାର୍ଥନା ଦାବି କଲେ ସୁବ୍ରମଣ୍ୟମଙ୍କ ସମେତ ଅନ୍ୟ ବିଜେପି ନେତା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷାକକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍ ଅପମାନସୂଚକ ମନ୍ତବ୍ୟ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଙ୍ଗଳବାର ଶଶୀ ଥରୁର୍ଙ୍କୁ ପାଲଟା ଜବାବ୍ ଦେଇଛନ୍ତି।
ନିକଟରେ ମୋଦି ଉତ୍ତର-ପୂର୍ବ ଭାରତର ଏକ ପାରମ୍ପରିକ ଟୋପି ପିନ୍ଧିଥିବା ନେଇ ଥରୁର୍ ମୋଦିଙ୍କୁ ଆକ୍ଷେପ କରି କହିଥିଲେ ‘ମୋଦିଜୀ ସବୁ ପ୍ରକାରର ପରଦେଶୀ ଟୋପି ପିନ୍ଧିପାରନ୍ତି। ମାତ୍ର ଗୋଲ୍ ଟୋପି(ସ୍କଲ୍ କ୍ୟାପ୍) ପିନ୍ଧିବାକୁ ମନା କରନ୍ତି।’
#WATCH: Subramanian Swamy reacts on Shashi Tharoor’s remark ‘why does PM refuse to wear a Muslim skull cap? Have seen him in hilarious Naga head dress&various extraordinary outfits’, says ‘tumhara suit-boot ajeeb nahi hai hamare liye? Suit-boot pehen ke tum waiter jaise lagte ho’ pic.twitter.com/F1CT5B6FyZ
— ANI (@ANI) August 7, 2018
ଥରୁର୍ଙ୍କ ଏପରି ମନ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ସୁବ୍ରମଣ୍ୟମ ଥରୁର୍ଙ୍କୁ ଅପମାନ କରିବା ଢଙ୍ଗରେ କହିଛନ୍ତି, ‘ଆପଣଙ୍କ ସୁଟ୍-ବୁଟ୍ ଆମ ପାଇଁ ନୂଆ ନୁହେଁ। ଏପରି ସୁଟ୍-ବୁଟ୍ରେ ଆପଣ ହୋଟେଲ୍ର େଓ୍ଵଟର୍ ପରି ଦିଶନ୍ତି।’
ସୁବ୍ରମଣ୍ୟମଙ୍କ ବ୍ୟତୀତ ବିଜେପିର ଅନେକ ବରିଷ୍ଠ ନେତା ଥରୁର୍ଙ୍କ ଉପରେ ଏନେଇ କମ୍ପିଛନ୍ତି। ସୁବ୍ରମଣ୍ୟମ ଥରୁର୍ଙ୍କୁ ପ୍ରଶ୍ନ କରିଛନ୍ତି କି ଦୟାକରି ‘ପରଦେଶୀ ଟୋପିର ମାନେ ବୁଝାନ୍ତୁ। ଆଦିବାସୀ ଓ ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କ ସଂସ୍କୃତି ଓ ସେମାନଙ୍କ ଭାବନାକୁ କ୍ଷତି ପହଞ୍ଚାଇବାର ଆପଣଙ୍କର କୌଣସି ନୈତିକ ଅଧିକାର ନାହିଁ। ଏପରି ଏକ ମନ୍ତବ୍ୟ ପାଇଁ କଂଗ୍ରେସ ଦଳ ଓ ଶଶୀ ଥରୁର୍ଙ୍କ ପକ୍ଷରୁ ଆମେ ଆଦିବାସୀ ଓ ଉତ୍ତର-ପୂର୍ବ ଭାରତୀୟଙ୍କ ପାଇଁ କ୍ଷମା ଦାବି କରୁଛୁ।’