ସୁମିତ୍ରା ଜେନା ହେଲେ ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ, ନିଯୁକ୍ତି ଦେଲେ ରାହୁଲ ଗାନ୍ଧି

ଭୁବନେଶ୍ୱର: ସୁମିତ୍ରା ଜେନାଙ୍କୁ ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି। ମହିଳା ନେତ୍ରୀ ସୁମିତ୍ରାଙ୍କୁ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ଏହି ନିଯୁକ୍ତି ଦେଇଛନ୍ତି। ସେହିପରି ବିଭୂ ତରାଇ କଂଗ୍ରେସର ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ହୋଇଛନ୍ତି। ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ପିସିସି ସାଧାରଣ ସଂପାଦକ ଭାବରେ ନିଯୁକ୍ତି ମିଳିଥିବା ବେଳେ ଜଗନ୍ନାଥ ପଟ୍ଟନାୟକ ପିସିସି କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର