ନୂଆଦିଲ୍ଲୀ: ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଲୋକସଭାରେ ସଚେତକ ଦାୟିତ୍ୱ ମିଳିଛି। ବିଜେପିର ସାଂସଦ ସୁରେଶ ପୂଜାରୀ ଓଡ଼ିଶା, ମଣିପୁର ଓ ତେଲେଙ୍ଗାନା ଦାୟିତ୍ୱରେ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳର କାର୍ଯ୍ୟକାରୀ କମିଟି ଗଠିତ ହେବା ପରେ ପ୍ରଥମ ସାଂସଦ ହୋଇଥିବା ସୁରେଶ ପୂଜାରୀଙ୍କୁ ଏଭଳି ଗୁରୁ ଦାୟିତ୍ୱ ମିଳିଛି।

Advertisment

publive-image

ସୁରେଶ ପୂଜାରୀଙ୍କ ବ୍ୟତୀତ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ଲୋକସଭା ପାଇଁ ଜୁଏଲ ଓରାମ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିବେ।

publive-image

ସୂଚନାଯୋଗ୍ୟ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ଦଳୀୟ ନେତା ରହିବେ। ସେହିପରି ରାଜ୍ୟସଭାରେ ଥାଓ୍ଵରଚନ୍ଦ ଗେହଲଟ ସଂସଦୀୟ ଦଳ ନେତା ରହିବେ। ରାଜ୍ୟସଭାରେ ପୀୟୁଷ ଗୋୟଲ ଦଳର ଉପନେତା ରହିବେ।