ଭୁବନେଶ୍ୱର: ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ମଙ୍ଗଳବାର ଘୋଷଣା କରିଛନ୍ତି। ତଥାଗତ କହିଛନ୍ତି, ମୁଁ ଏବେ ବି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଅଛି। ବିଜେଡି ଟିକେଟ ମିଳିବ ନ ମିଳିବ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ବୟସ ହେଲା ପରେ ରାଜନୀତି ଛାଡ଼ିବା ଉପରେ ଭାବିବା ଉଚିତ। ଫଳରେ ରାଜନୀତିକୁ ନୂଆଁ ମୁହଁ ଆସିବେ।

Advertisment

ତଥାଗତ କହିଛନ୍ତି, କେବଳ ରାଜନୀତି ମାଧ୍ୟମରେ ସେବା କରିହେବ କହିବା ଭୁଲ। ମୋର ରାଜନୈତିକ ପଦପଦବି ପାଇଁ ଆଉ ଲୋଭ ନାହିଁ। କାହା କଥା କି କାହା ଦୟାରେ ରାଜନୀତି କରୁ ନଥିଲି। ନବୀନ ବାବୁ ମୋତେ ଖୁବ୍‌ ସ୍ନେହଶ୍ରଦ୍ଧା ଦେଇଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ ଆଉ କମ ଦିନ ବାକି ଥିବା ବେଳେ ତଥାଗତ ସତପଥୀଙ୍କ ଅଚାନକ ଘୋଷଣା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତେବେ ରାଜନୀତିରୁ ଅବ୍ୟାହତି ନେବା ପରେ ସାମ୍ବାଦିକତା କ୍ଷେତ୍ରରେ ମନୋନିବେଶ କରିବେ ବୋଲି କହିଛନ୍ତି ତଥାଗତ । ରାଜନୈତିକ ପଦପଦବି ଉପରେ ଆଉ ଲୋଭ ନ ଥିବା ବେଳେ ଦେଶରେ ସାମାଜିକ ନେତୃତ୍ୱର ଅଭାବ ରହିଛି ସେ ଦିଗରେ ଚେଷ୍ଟା କରିବି ବୋଲି କହିଛନ୍ତି  ତଥାଗତ ।