୩୬୦ ଡିଗ୍ରି ଏଚ୍‌ଡି କ୍ୟାମେରା ଜରିଆରେ ମୋ ଘରକୁ ପଶନାହିଁ; ମୁଖ୍ୟମନ୍ତ୍ରୀ ନିତିଶଙ୍କୁ ଟୁଇଟ୍‌ କରି କହିଲେ ତେଜସ୍ୱୀ

ପାଟ୍‌ନା: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଛାତ ଉପରେ ଲାଗିଥିବା ସିସିଟିଭିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳର ବରିଷ୍ଠ ନେତା ତେଜସ୍ୱୀ ପ୍ରସାଦ ଯାଦବ। ମୁଖ୍ୟମନ୍ତ୍ରୀଙ୍କ ଘର ଛାତ ଉପରେ ଲାଗିଥିବା ସିସିଟିଭିରେ ତେଜସ୍ୱୀଙ୍କ ଘରର ଶୋଇବା ଘର ଓ ରୋଷେଇ ଘର ସମେତ ସଂପୂର୍ଣ୍ଣ ଭାଗ ଦେଖିବାକୁ ମିଳୁଛି। ଏହା ତାଙ୍କର ବ୍ୟକ୍ତିଗତ ଗୋପନୀୟତାରେ ବ୍ୟାଘାତ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ଏହି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ରେଡି) ନେତାଙ୍କ ଘର ନିତିଶ କୁମାରଙ୍କ ୧ ଏନି ମାର୍ଗ ନିବାସର ଠିକ୍‌ ପଛରେ ରହିଛି। ସେ ଅଭିଯୋଗ ଆଣିଛନ୍ତି ଯେ ଲାଗିଥିବା କ୍ୟାମେରାରେ ତାଙ୍କର ସଂପୂର୍ଣ୍ଣ ଘର କ୍ୟାପ୍‌ଚର୍‌ ହେଉଛି।

 

ସେ ଟୁଇଟ୍‌ କରି ଲେଖିଛନ୍ତି, ‘ନିତିଶଜୀ! ଆପଣଙ୍କର ଓ ଆପଣଙ୍କ ପୁଲିସ୍‌ଙ୍କ ନିକଟରେ ଆପଣଙ୍କୁ ସୁରକ୍ଷା ଦେବାର ସବୁ ପ୍ରକାର ଅଧିକାର ରହିଛି। ମାତ୍ର ୩୬୦ ଡିଗ୍ରି ଏଚ୍‌ଡି କ୍ୟାମେରା ଜରିଆରେ ମୋ ଶୋଇବା ଘର, ରୋଷେଇ ଘର, ପ୍ରବେଶ ଦ୍ୱାର ଆଦି ଭିତରକୁ ଏପରି ପଶିବାର ଅଧିକାର ଆପଣଙ୍କର ନାହିଁ। ଆପଣ ଯଦି ମୋର ମୁଖ୍ୟ ଦ୍ୱାରା ସାମ୍ନାରେ ଏକ କ୍ୟାମେରା ଲଗାଇବେ ତାହାଲେ ମୋର କୌଣସି ଆପତ୍ତି ନାହିଁ।’

ସମ୍ବନ୍ଧିତ ଖବର