ନୂଆଦିଲ୍ଲୀ : ଜାତକ ଗଣନା ଅନୁସାରେ କରାଯିବ ନାହିଁ ନିର୍ବାଚନ। ତେଲେଙ୍ଗାନା ବିଧାନସଭା ନିର୍ବାଚନ ସହ ଅନ୍ୟ ୪ଟି ରାଜ୍ୟର ଏକାସାଙ୍ଗରେ ନିର୍ବାଚନକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏକାସାଙ୍ଗରେ ନିର୍ବାଚନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନିର୍ବାଚନ କମିଶନର। ତେଲେଙ୍ଗାନା ନିର୍ବାଚନ ସମୟ ଜ୍ୟୋତିଷ ଗଣନା ଆଧାରରେ କରାଯିବ ନାହିଁ ବୋଲି ନିର୍ବାଚନ କମିଶନର ଓପି ରାୱତ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୪ଟି ରାଜ୍ୟ ସହ ତେଲେଙ୍ଗାନା ନିର୍ବାଚନ ଏକାସାଙ୍ଗରେ କରିବା ସମ୍ଭବ କି ନୁହେଁ ସେ ନେଇ କୌଣସି ନିଷ୍ପତି ନିଆଯାଇନାହିଁ ଏବଂ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ପରେ ହିଁ ନିଷ୍ପତି ନିଆଯିବ ବୋଲି ଓପି ରାୱତ ସ୍ପଷ୍ଟ କରିଛନ୍ତି। ନିର୍ବାଚନର ତାରିଖ କିଛି ଜ୍ୟୋତିଷ ଗଣନା ଆଧାରରେ ସମ୍ଭବ ନୁହେଁ। ଗୁରୁବାର ଦିନ ଟିଆରଏସ୍ ସରକାର ରାଜ୍ୟ ବିଧାନସଭାକୁ ର୍ନିଦ୍ଧାରିତ ସମୟର କିଛି ମାସ ଆଗରୁ ଭଙ୍ଗ କରିଛି। ତେଲେଙ୍ଗାନା ସରକାରଙ୍କ ବିଧାନସଭା ଭଙ୍ଗ ପ୍ରସ୍ତାବକୁ ମଂଜୁରୀ ଦେଇଥିଲେ ରାଜ୍ୟପାଳ। ଆଗୁଆ ନିର୍ବାଚନ କରିବା ରଣନୀତିର ଅଂଶବିଶେଷ ଭାବରେ ସମୟ ପୂର୍ବରୁ ବିଧାନସଭାକୁ ଭଙ୍ଗ କରିଛି ଟିଆରଏସ୍। ସେପଟେ ଟିଆରଏସ୍ ଦଳର ମୁଖ୍ୟ ଚନ୍ଦ୍ରଶେଖର ରାଓଙ୍କ ଉପରେ ଏବେ ବି ଆସ୍ଥା ବଜାୟ ରଖିଛି ଦଳ।