ରାହୁଲଙ୍କ ଘନିଷ୍ଠ ଏହି ସୁନ୍ଦରୀ କରୁଛନ୍ତି ବିଜେପିକୁ ଘାଇଲା!

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍‌ ମିଡିଆରେ ସକ୍ରିୟ ରହିବା କଥା ନିହାତି ସାଧାରଣ। ମାତ୍ର ଏଇ କିଛି ଦିନ ହେବ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ମୋଦି ସରକାରଙ୍କୁ ଆକ୍ରମଣ କରିବା ପାଇଁ ବିଭିନ୍ନ ଉପାୟ ଖୋଜୁଛି କଂଗ୍ରେସ। କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ରାହୁଲ ଗାନ୍ଧୀଙ୍କ ଟୁଇଟ୍‌ କିଏ କରିଥିଲା ତାର ଉତ୍ତର ଆପଣ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଏ ଉତ୍ତର ଆପଣଙ୍କୁ ଶୀଘ୍ର ମିଳିଯିବ।

ଦିବ୍ୟା ସ୍ପନ୍ଦନା। ଦକ୍ଷିଣ ଭାରତୀୟ ଏହି ଅଭିନେତ୍ରୀ ଜଣକ ଏବେ କଂଗ୍ରେସ ପାଇଁ ବେଶ ଦରକାରୀ। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏହି ଦକ୍ଷିଣୀ ଅଭିନେତ୍ରୀ ଜଣକ ବେଶ ସ୍ୱତନ୍ତ୍ର ହୋଇଛନ୍ତି। କେବଳ ରାହୁଲ ନୁହନ୍ତି କଂଗ୍ରେସରେ ତାଙ୍କ ଉପସ୍ଥିତି ଅତ୍ୟନ୍ତ ଜରୁରୀ ହୋଇପଡିଛି। ସୋସିଆଲ ମିଡିଆରେ କଂଗ୍ରେସର ସକ୍ରିୟ ରହିବା ପଛରେ ରହିଛି ଦିବ୍ୟାଙ୍କ ହାତ। ସୋସିଆଲ ମିଡିଆରେ କଂଗ୍ରେସ କ୍ରେଜକୁ ଆଗକୁ ନେବାରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା।

ନିକଟରେ ରାହୁଲଙ୍କ ଭାଷଣ ଉପରେ ‘ବିକାଶ ପାଗଳ ହୋଇଯାଇଛି’ ଶୀର୍ଷକରେ ଏକ ଟିପ୍ପଣୀ କୁଆଡେ ଭାରି ଜୋରରେ ଭାଇରାଲ ହୋଇଥିଲ। ଯାହାର ଶ୍ରେୟ ଯାଉଛି ଦିବ୍ୟାଙ୍କୁ। ଦିବ୍ୟାଙ୍କ ଦ୍ୱାରା ସୋସିଆଲ ମିଡିଆରେ କଂଗ୍ରେସ ଆଗକୁ ବଢୁଛି ବୋଲି ଚର୍ଚ୍ଚା ହେଉଛି। ଗୁଜରାଟ ର୍ନିବାଚନରେ ସୋସିଆଲ ମିଡିଆ କଂଗ୍ରେସ ପାଇଁ ଗୁରୁତ୍ୱ ବହନ କରିବ ଏବଂ ଏହି ଦାୟିତ୍ୱ ଦିବ୍ୟା ନିଭାଇବେ ବୋଲି କୁହାଯାଉଛି। ଯାହା ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ର୍ନିବାଚନରେ କଂଗ୍ରେସ ପାଇଁ ଲାଭଦାୟକ ହେବ ବୋଲି ଚର୍ଚ୍ଚା ହେଉଛି।

ମାଆ କଂଗ୍ରେସ ଜଡ଼ିତ ଥିବାରୁ ଅଭିନେତ୍ରୀ ଦିବ୍ୟା ୨୦୧୨ରେ ଦଳରେ ସାମିଲ ହୋଇଥିଲେ। ୨୦୧୩ରେ କର୍ଣ୍ଣାଟକର ଏକ ଲୋକସଭା ଆସନରୁ ଉପର୍ନିବାଚନ ଜିତି ସାଂସଦ ହୋଇଥିଲେ। ସେ ସାଂସଦ ଥିବା ସମୟରେ ଏକଦା ପାକିସ୍ତାନ ଯାଇଥିଲେ। ସେଠାର ପାକିସ୍ତାନ ଭଲ, ନର୍କ ନୁହେଁ ବୋଲି ମନ୍ତବ୍ୟ ଦେଇ ଦିବ୍ୟା ଚର୍ଚାରେ ଥିଲେ। ଆଉ ଖାସ ସେଥିପାଇଁ ସୋସିଆଲ ମିଡିଆରେ ଗୁଜୁରାଟ ର୍ନିବାଚନର ପ୍ରଚାର ଓ ପ୍ରସାର ଦାୟିତ୍ୱ ଦିବ୍ୟାଙ୍କୁ ଦିଆଯାଇଛି। ତେବେ ଭୋଟ ଗଣତି ପରେ ଜଣାପଡ଼ିବ ଦିବ୍ୟାଙ୍କ ଯାଦୁ କାମ କରୁଛି କି ନାହିଁ।

ସମ୍ବନ୍ଧିତ ଖବର