ଯେଉଁମାନେ ମୋତେ ଭୋଟ୍‌ ଦେବେ କାମ ପାଇଁ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତ୍ରୀ ମେନକା ଗାନ୍ଧୀ ସୁଲତାନପୁର ରାଲିରେ ଆଉ ଗୋଟାଏ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭୋଟର୍‌ମାନଙ୍କୁ ଚିହ୍ନିତ କରିବାକୁ ସେ ଏବିସିଡି ବର୍ଗୀକରଣ କରି ନିର୍ବାଚନ ପରେ ସେହି ଅନୁସାରେ ସେମାନଙ୍କୁ ପୁରସ୍କୃତ କରିବେ।

ମେନକା ଗାନ୍ଧୀଙ୍କ ପ୍ରସ୍ତାବିତ ଯୋଜନା ହେଲା ଯେଉଁ ଗାଁ ସବୁ ବିଜେପିକୁ ୮୦% ଭୋଟ୍‌ ଦେବେ ସେମାନେ ‘ଏ’ ବର୍ଗରେ ରହିବେ। ବିଜେପିକୁ ୬୦% ଭୋଟ୍‌ ଦେଇଥିବା ଗାଁ ରହିବ ‘ବି’ ବର୍ଗରେ। ୫୦% ଭୋଟ୍‌ ଦେଇଥିବା ଗାଁ ରହିବ ‘ସି’ ବର୍ଗରେ। ଯେଉଁ ଗାଁଗୁଡ଼ିକର ଭୋଟ୍‌ ୩୦%ରୁ କମ୍‌ ହେବ ସେମାନେ ରହିବେ ‘ଡି’ ବର୍ଗରେ।

ଏହି ବର୍ଗ ଅନୁସାରେ ସମ୍ପୃକ୍ତ ଗାଁ ସବୁରେ ବିକାଶମୂଳକ କାର୍ଯ୍ୟ ଲାଗି ପ୍ରାଧାନ୍ୟ ଦିଆଯିବ।

ସେ କହିଛନ୍ତି: କାମ ଆରମ୍ଭ ହେଲେ ୮୦% କାମ ‘ଏ’ ବର୍ଗରେ ଥିବା ଗ୍ରାମଗୁଡ଼ିକ ପାଇଁ କରାଯିବ। ତା’ପରେ ବାକି ଲୋକମାନଙ୍କ ପାଇଁ କରାଯିବ ୬୦% କାମ।

ପିଲିଭିତ୍‌ରେ ମଧ୍ୟ ସେମାନେ ଏପରି ବର୍ଗୀକରଣ କରିଥିବା କଥା ମେନକା କହିଛନ୍ତି।

ଏ ସଂକ୍ରାନ୍ତରେ ସେମାନେ ତାଙ୍କ ସହ ସିଧାସଳଖ କଥାବାର୍ତ୍ତା କରିପାରିବେ ବୋଲି ସେ ସମବେତ ଜନତାଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର