ପଶ୍ଚିମବଙ୍ଗରେ  ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଗୁଳିମାରି ହତ୍ୟା

କୋଲକାତା :  ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଆରମ୍ଭ ହୋଇଯାଇଛି । ଆଜି ତୃଣମୂଳ କଂଗ୍ରେସର ଜଣେ ବିଧାୟକ ସତ୍ୟଜିତ ବିଶ୍ବାସଙ୍କୁ ଅତି ନିକଟରୁ ଗୁଳିମାରି ହତ୍ୟା କରାଯାଇଛି । ଆଜି ସରସ୍ବତୀ ପୂଜାର ପୂର୍ବ ସଂଧ୍ୟାରେ ସେ ଫୁଲବାରୀ ଅଂଚଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ତାଙ୍କୁ ଏହି ଗୁଳିମାଡ ହୋଇଥିଲା । ତୃଣମୂଳ କଂଗ୍ରେସ ଏହି ହତ୍ୟା ପାଇଁ ବିଜେପିକୁ ଦାୟୀ କରିଥିବାବେଳେ ବିଜେପି ଏହାକୁ ଖଣ୍ଡନ କରିଛି । ଶ୍ରୀ ବିଶ୍ବାସ ନାଦିଆ ଜିଲ୍ଲାର କ୍ରିଷ୍ଣଗଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ।

ସମ୍ବନ୍ଧିତ ଖବର