ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପ୍ରାର୍ଥୀ ଦେବ ତୃଣମୂଳ କଂଗ୍ରେସ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ତୃଣମୂଳ କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ତୃଣମୂଳ କଂଗ୍ରେସ ସାଂସଦ ଡାରେକ ଓ ବ୍ରେନ୍‌ ରବିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍‌ ଶୀଘ୍ର ଏ ନେଇ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ପରିଚାଳିତ ସରକାରକୁ ଗାଦିଚ୍ୟୁତ କରିବା ଆମର ଲକ୍ଷ୍ୟ ବୋଲି ଟିଏମ୍‌ସି ସାଂସଦ କହିଛନ୍ତି।

ସମ୍ବନ୍ଧିତ ଖବର