ଶାଢ଼ି ପିନ୍ଧି ପଡ଼ିଆରେ ଫୁଟ୍‌ବଲ୍‌‌ ଖେଳିଲେ ସାଂସଦ ମହୁଆ ମୈତ୍ର, ସୋସିଆଲ୍‌ ମିଡିଆରେ ଛାଇଗଲେ

କୋଲକାତା: ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ ମହୁଆ ମୈତ୍ର କୃଷ୍ଣନଗର ସାଂସଦ କପ୍‌ ଟୁର୍ଣ୍ଣାମେଣ୍ଟ୍‌ ୨୦୨୨ରେ ଯୋଗ ଦେଇ  ଫୁଟ୍‌ବଲ୍‌ ଖେଳରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ଆଦୌ ହାତଛଡ଼ା କରିନାହାନ୍ତି। ଟିଏମ୍‌ସି ସାଂସଦ ଫୁଟ୍‌ବଲ୍‌ ଖେଳୁଥିବା ବେଳେ ତାଙ୍କର ୨ଟି ଫଟୋକୁ ‌ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ସେୟାର କରିଛନ୍ତି। ସେ ଶାଢ଼ି ସାଥିରେ ଜୋତା ପିନ୍ଧି ପଡ଼ିଆରେ କ୍ରିକେଟ୍‌ ଖେଳୁଥିବା ପୋଷ୍ଟ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି। ଏହା ସହ ସେ ସନ୍‌ଗ୍ଲାସ ପିନ୍ଧିଥିବାର ବି ଫଟୋରେ ‌ଦୃଶ୍ୟମାନ ହୋଇଛି।

 

ପ୍ରଥମ ଫଟୋରେ ସେ ବଲ୍‌କୁ ଗୋଇଠା ମାରୁଥିବାର ଦେଖିବାକୁ ମିଳିଥିବା ବେଳେ ଦ୍ବିତୀୟ ଫଟୋରେ ସେ ଜଣେ ଗୋଲ୍‌କିପର୍‌ ଭାବେ ଦେଖିବାକୁ ମିଳିଛନ୍ତି। ସେ ଏହି ୨ଟି ଫଟୋକୁ ସେୟାର୍‌ କରି ସେଥିରେ କ୍ୟାପ୍‌ସନ ଲେଖିଛନ୍ତି, ‘କୃଷ୍ଣନଗର ସାଂସଦ କପ୍‌ ଟୁର୍ଣ୍ଣାମେଣ୍ଟ୍‌ ୨୦୨୨ ଫାଇନାଲ୍‌ରେ ମଜାର ମୁହୂର୍ତ୍ତ। ଏବଂ ହଁ, ମୁଁ ଶାଢ଼ିରେ ଖେଳିଲି।’

ଏହା କହିବା ଜରୁରୀ ନୁହେଁ ଯେ, ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଏହାକୁ କେତେ ପସନ୍ଦ କରିଛନ୍ତି। କମେଣ୍ଟ୍‌ ପଢ଼ି ଆପଣ ଜାଣି ପାରୁଥିବେ ଯେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ସାଂସଦଙ୍କ ଶାଢ଼ି ପିନ୍ଧି ଫୁଟ୍‌ବଲ୍‌ ଖେଳିବାକୁ ଖୁବ୍‌ ପସନ୍ଦ କରିଛନ୍ତି।

 

 

 

 

ସମ୍ବନ୍ଧିତ ଖବର