ଗୌହାଟି: ରାଜ୍ୟରେ ‘ବିଜେପି’ ନେତୃତ୍ୱାଧୀନ ସରକାର କରିଥିବା ପାପର ପ୍ରାୟଶ୍ଚିତ ପାଇଁ ମଙ୍ଗଳବାର ଦିନ ‘ବିଜେପି’ର ପୁରାତନ ନେତା ତଥା ତ୍ରିପୁରାର ସୁର୍ମା ନିର୍ବାଚନମଣ୍ଡଳୀର ବିଧାୟକ ଅଶିଷ ଦାସ ଲଣ୍ଡା ହେବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ଅଦୂରରେ ଥିବା କୋଲ୍କାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିରରେ ଯଜ୍ଞ କରାଇଛନ୍ତି।
ତ୍ରିପୁରାରେ ‘ବିଜେପି’ ରାଜନୈତିକ ଅରାଜକତା ଓ ଗୋଳମାଳକୁ ପ୍ରଶ୍ରୟ ଦେଉଥିବା ଦୋଷାରୋପ କରି ସେ କହିଛନ୍ତି, ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରେ ଜନତା ଅସନ୍ତୁଷ୍ଟ ହୋଇଥିବାରୁ ସେ ଦଳ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Image Courtesy of NDTVସେ କହିଛନ୍ତି, ‘ବିଜେପି’ର ସରକାରଙ୍କ କୁଶାସନର ପ୍ରାୟଶ୍ଚିତସ୍ୱରୂପ ଆଜି ମୁଁ ଲଣ୍ଡା ହୋଇଛି। ଦଳ ପରିତ୍ୟାଗ କରିବା ପାଇଁ ମୁଁ ନିଷ୍ପତ୍ତି ନେଇଛି ଏବଂ ମୋର ଆଗାମୀ ପଦକ୍ଷେପ କଥା ଆଗକୁ ଜଣାପଡ଼ିବ। ‘ବିଜେପି’ ରାଜତ୍ୱ ଅମଳରେ ତ୍ରିପୁରାରେ ଯେଉଁ ପ୍ରକାରର ଅରାଜକତା ଏବଂ ତ୍ରୁଟିପୂର୍ଣ୍ଣ ଶାସନ ଚାଲିଲା ତାହା ମୋର ଅନ୍ତରକୁ ବାଧିଛି। ବିଗତ ଦୁଇ ବର୍ଷ ହେବ ସେହି ସବୁ ଅପକର୍ମକୁ ମୁଁ ସମାଲୋଚନା କରି ଆସୁଥିଲି। ଦଳ ଓ ରାଜନୀତିର ଊର୍ଦ୍ଧ୍ୱରେ ରହି ମୁଁ ଜନସେବା କରିଆସୁଛି।
Image Courtesy of Flipboardଏଥିପାଇଁ ‘ବିଜେପି’ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ପାଇଁ ଉପଯୁକ୍ତା କହି କିଛି ଦିନ ତଳେ ସେ ମମତା ବାନାର୍ଜୀଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଅଧିକଂଶ ସରକାରୀ ସମ୍ପତ୍ତିକୁ ଘରୋଇ ପ୍ରତିଷ୍ଠାନକୁ ବିକ୍ରୟ କରିଥିବା ଅଭିଯୋଗ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ।
୨୦୨୩ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରାରେ ବିଧାନସଭା ନିର୍ବାଚନ ପ୍ରତି ଦୃଷ୍ଟି ରଖି ଅବିଳମ୍ବେ ସେ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/MLA-Left-BJP_Thumbnail.jpg)