ବିଜେପିର ଟ୍ଵିଟର୍‌ ଫଲୋୟର୍ସ ସଂଖ୍ୟା କଂଗ୍ରେସଠାରୁ ଦ୍ୱିଗୁଣ ଅଧିକ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ଟ୍ଵିଟର୍‌ ଫଲୋୟର୍ସ କଂଗ୍ରେସର ଫଲୋୟର୍ସଠାରୁ ଦ୍ୱିଗୁଣା ଅଧିକ ବୋଲି ନିକଟରେ ଜାଣିବାକୁ ମିଳିଛି। ଟ୍ଵିଟରରେ ବିଜେପିର ଫଲୋୟର୍ସ ୧୧ ମିଲିୟନ୍‌ ହୋଇଥିବା ବେଳେ କଂଗ୍ରେସର ମାତ୍ର ୫.୧୪ ମିଲିୟନ୍‌।

ତେବେ, ଅନ୍ୟ ରାଜନୈତିକ ଦଳଗୁଡ଼ିକ ତୁଳନାରେ କଂଗ୍ରେସ ଆଗରେ ରହିଛି। ବିଜେପି ପରେ ପରେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ।

ଏବେର ପିଢ଼ି ପାଇଁ ଫେସ୍‌ବୁକ୍‌, ଟ୍ଵିଟର୍‌ ପରି ସୋସିଆଲ୍‌ ନେଟଓ୍ଵାର୍କିଂ ସାଇଟ୍‌ଗୁଡ଼ିକ ନିର୍ବାଚନୀ ପ୍ରଚାର ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଥିବା ବେଳେ ବାଜିମାତ୍‌ କରିଛି ବିଜେପି।

ଏଥର ନିର୍ବାଚନରେ ସମୁଦାୟ ୯୦୦ ମିଲିୟନ୍‌ ମତଦାତା ମତଦାନ କରିବାକୁ ନାମ ପଞ୍ଜିକରଣ କରିଥିବା ବେଳେ ସେଥିମଧ୍ୟରୁ ୮୪ ମିଲିୟନ୍‌ ମତଦାତା ହେଉଛନ୍ତି ପ୍ରଥମ ଭୋଟର୍‌ ଓ ୧୫ ମିଲିୟନ୍‌ ମତଦାତାଙ୍କ ବୟସ ୧୮ରୁ ୧୯ ବର୍ଷ ବୟସ ମଧ୍ୟରେ।

ଟ୍ଵିଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୪୭.୨ ମିଲିୟନ୍‌ ଫଲୋର୍ସ ଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ୯.୪ ମିଲିୟୟନ୍‌ ଫଲୋର୍ସ ଅଛନ୍ତି।

ସମ୍ବନ୍ଧିତ ଖବର