ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଧବାର ରାଜ୍ୟସଭା ପାଇଁ ଟିକେଟ୍‌ ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ଟିକେଟ ମିଳିଛି। ପୂର୍ବରୁ କୁହାଯାଉଥିଲା ଯେ, ଧର୍ମେନ୍ଦ୍ର ମହାରାଷ୍ଟ୍ର କିମ୍ବା ଉତ୍ତରପ୍ରଦେଶରୁ ଟିକଟ ପାଇବେ। ବର୍ତମାନ ବିହାରରୁ ରାଜ୍ୟସଭାକୁ ଯାଇଥିବା ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ, ସେ କେଉଁଠାରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସେ ନେଇ ବିଭିନ୍ନ ପ୍ରକାରର ଖବର ଆସୁଥିଲା, ଯାହାର କି ଯବନିକା ଆଜି ପଡ଼ିଛି।

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୭ ସେପ୍ଟେମ୍ବର ୩ରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନ୍‌ଡିଏ ସରକାରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବିହାରରୁ ୨୦୧୨ରେ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ। ୪୮ ବର୍ଷିଅ ଧର୍ମେନ୍ଦ୍ର ଅନୁଗୁଳ ଜିଲ୍ଲା ତାଳଚେରଠାରେ ଜନ୍ମଗ୍ରହଣ କରିଥିଲେ।

 

ସମ୍ବନ୍ଧିତ ଖବର