ଉତ୍ତରପ୍ରଦେଶ: କଂଗ୍ରେସ ମୁଖପାତ୍ର ପାଇଁ ୭୦ ନେତା ଦେଲେ ଲିଖିତ ପରୀକ୍ଷା

ଲକ୍ଷ୍ନୋ: ଜଣେ ନୁହେଁ, ଦୁଇ ଜଣ ନୁହଁନ୍ତି, ଉତ୍ତର ପ୍ରଦେଶର ପ୍ରାୟ ୭୦ ସରିକି ବଡ଼ବଡ଼ କଂଗ୍ରେସ ନେତା, ପୂର୍ବତନ ମୁଖପାତ୍ର ଓ ଆଶାୟୀ ମୁଖପାତ୍ରଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ ମୁଖପାତ୍ର ପଦବିରେ ନୁଯୁକ୍ତି ପାଇଁ ଲିଖିତ ଓ ମୌଖିକ ପରୀକ୍ଷା ଦେବାକୁ ପଡ଼ିଲା। କେବଳସେତିକି ନୁହେଁ, ଏମିତି ବି କେତେକ କପି କରିବା ପାଇଁ ମଧ୍ୟ ଉଦ୍ୟମ କଲେ। କେବଳ ସେତିକି ନୁହେଁ, ପ୍ରଶ୍ନପତ୍ର ଲିକ୍‌ ପରି ମଧ୍ୟ ଘଟଣା ଘଟିଲା। ଏଭଳି ଏକ ରୋଚକ ଘଟଣା ଏବେ ଉତ୍ତରପ୍ରଦେଶ ଠାରୁ ଆରମ୍ଭ କରି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।
ଗତକାଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ମିଡିଆ ସେଲ ସଂଯୋଜିକା ପ୍ରୀୟଙ୍କା ଚର୍ତୁବେଦୀ ଓ ଉତ୍ତର ପ୍ରଦେଶ ପିସିସି ସଭାପତି ରାଜ ବବର କଂଗ୍ରେସ ମୁଖପାତ୍ର ଆଶାୟୀମାନଙ୍କ ଲିଖିତ ଓ ମୌଖିକ ପରୀକ୍ଷା ନେଇଥିଲେ। ଏଥିପାଇଁ କଂଗ୍ରସ ଦଳ ପକ୍ଷରୁ ଗୋପନୀୟତା ରକ୍ଷା ପାଇଁ ଢ଼େର ବ୍ୟବସ୍ଥା କରାଯାଇଥିଲା। କଂଗ୍ରେସର କେତେକ ନେତାଙ୍କ ପାଖକୁ ହ୍ଵାଟ୍ସ ଆପ୍‌ରେ ମେସେଜ ଆସିଥିିଲା ଯେ କଂଗ୍ରେସର ପ୍ରବକ୍ତା ଦିଲ୍ଲୀରୁ ଯାଉଛନ୍ତି। ତାଙ୍କୁ ଯେଉଁମାନେ ଭେଟିବାକୁ ଚାହୁଁଛନ୍ତି ସେମାନେ ସେମାନଙ୍କ ନାମ ପଞ୍ଜିିକରଣ କରନ୍ତୁ।

ପରେ ଗତକାଲି କଂଗ୍ରେସ ଭବନରେ ଜାତୀୟ ମୁଖପାତ୍ର ପ୍ରୀୟଙ୍କା ଚର୍ତୁବେଦୀ ଲିଖିତ ପ୍ରଶ୍ନପତ୍ର ଓ ଛତ୍ତର ଖାତା ସାଙ୍ଗ ଆଣି ସେଠାରେ ପହଞ୍ଚିଥିଲେ। ଏହି ପ୍ରଶ୍ନ ପତ୍ରରେ ମୋଟ୍‌୍‌ ୧୪ଟି ପ୍ରଶ୍ନ ଥିଲା। ମନମୋହନ ସିଂହ ସରକାରଙ୍କର ସବୁଠାରୁ ବଡ଼ ଉପଲବଧି ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶରେ କେତୋଟି ଲୋକସଭା ଆସନ ଅଛି୍‌ ପର୍ଯ୍ୟନ୍ତ କେତେକ ମୌଳିକ ପ୍ରଶ୍ନ ର ଲିଖିତ ଉତ୍ତର ଦେବାକୁ କଂଗ୍ରେସ ଭବନରେ ଥିବା ୭୦ରୁ ଊର୍ଧ୍ୱ ମୁଖପାତ୍ର ଆଶାୟୀଙ୍କୁ ପଚରା ଯାଇଥିଲା। ତେବେ ମୌଖିକ ପରୀକ୍ଷା ପୂର୍ବରୁ ଜଣେ କଂଗ୍ରେସୀ ନେତା ଆଉ ଜଣେ କଂଗ୍ରେସୀ ନେତାଙ୍କୁ ନ୍ୟୁଜ୍‌ ହେଲଡ ଲଇନ୍‌ ଦେଖି ଭିତରକୁ ଯିବା ଓ ନିଜର ହ୍ଵାଟ୍ସ ଆପ୍‌ ଆକାଉଣ୍ଟ ଖୋଲିବାକୁ କହୁଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ପିସିସି ସଭାପତି ରାଜବବର ଉତ୍ତର ପ୍ରଦେଶ ମିଡିଆ ସେଲକୁ ଭାଙ୍ଗି ଦେଇଥିବା ବେଳେ ରାଜ୍ୟ ମୁଖପାତ୍ର ପାଇଁ ଏହି ପରୀକ୍ଷା କରାଯାଇଛି। ଆସନ୍ତା ଶନିବାର ଦିନ ନୂଆ ଦିଲ୍ଲୀରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ। ୧୨ ଜଣ ମୁଖ୍ୟାଳୟ ମୁଖପାତ୍ର ସହିତ ବିଭିନ୍ନ ମଣ୍ଡଳ, ଉପଖଣ୍ଡ ଓ ଜିଲ୍ଲା ପାଇଁ ମଧ୍ୟ କେତେଜଣ ମୁଖପାତ୍ରଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯାଉଛିି।

ସମ୍ବନ୍ଧିତ ଖବର