ନୂଆଦିଲ୍ଲୀ: ଭାରତର ପ୍ରଥମ ‘ସିଡିଏସ୍‌’ ଦିବଂଗତ ଜେନେରାଲ୍‌ ବିପିନ୍‌ ରାୱତ୍‌ଙ୍କ ସାନଭାଇ ଅବସରପ୍ରାପ୍ତ କର୍ଣ୍ଣେଲ୍‌ ବିଜୟ ରାୱତ୍‌ ଉତ୍ତରାଖଣ୍ଡ ‘ବିଜେପି’ରେ ଯୋଗ ଦେବେ।

Advertisment

ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି, ଦିଲ୍ଲୀରେ ମୁଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଛି। ଅଳ୍ପ କିଛି ଦିନ ମଧ୍ୟରେ ମୁଁ ଡେରାଡୁନ୍‌ରେ ଔପଚାରିକ ଭାବେ ‘ବିଜେପି’ରେ ଯୋଗ ଦେବି।

ଜାତୀୟସ୍ତରୀୟ ଗଣମାଧ୍ୟମକୁ ସେ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ମୁଁ ‘ବିଜେପି’ ଲାଗି କାର୍ଯ୍ୟ କରିବାକୁ ଇଚ୍ଛୁକ। ଆମ ପରିବାର ଆଦର୍ଶ ଓ ‘ବିଜେପି’ର ଆଦର୍ଶ ମଧ୍ୟରେ ସାଦୃଶ ରହିଛି। ଯଦି ‘ବିଜେପି’ କହେ, ମୁଁ ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବି।

publive-image Image Courtesy of India Today

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଧାମୀ ଲେଖିଛନ୍ତି, ଆଜି ଦିଲ୍ଲୀରେ ମୁଁ ଦେଶର ପ୍ରଥମ ‘ସିଡିଏସ୍‌’ ଏବଂ ଉତ୍ତରାଖଣ୍ଡର ଗୌରବ ଦିବଂଗତ ବିପିନ ରାୱତ୍‌ଜୀଙ୍କ  ଭାଇ କର୍ଣ୍ଣେଲ୍‌ ବିଜୟ ରାୱତ୍‌ଙ୍କୁ ଭେଟିଲି। ବିପିନ୍‌ ରାୱତ୍‌ଜୀ ଏବଂ ତାଙ୍କ ପରିବାରବର୍ଗଙ୍କ ଦେଶ ସେବା ପ୍ରତି ଆମର ଅଭିବାଦନ। ସେମାନଙ୍କର ଅଭିଳାଷ ଅନୁଯାୟୀ ଉତ୍ତରାଖଣ୍ଡ ଗଢ଼ିବା ଲାଗି ମୁଁ ସଦାସର୍ବଦା କାମ କରିବି।