ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ମନ୍ତବ୍ୟ ରଖିଲେ ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ; କହିଲେ ରାଜ୍ୟରେ ଅଛନ୍ତି ଅନେକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ । ଆଜି ସେ ଏ ନେଇ କହିଛନ୍ତି, ରାଜ୍ୟ ବିଜେପିର ଅନେକ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ବିଜେପି ଏକ ଜାତୀୟ ଦଳ ଓ ଦଳ କାହା ନେତୃତ୍ୱରେ ନିର୍ବାଚନ ଲଢିବ ତାହା ପାର୍ଲାମେଣ୍ଟାରି ବୋର୍ଡ ନିଷ୍ପତ୍ତି ନେବ । ରାଜ୍ୟରେ ବହୁ ଯୋଗ୍ୟ ନେତା ଅଛନ୍ତି । ହେଲେ ରାଜ୍ୟରେ କେଉଁ ନେତା ନେତୃତ୍ୱ ନେବେ ସେକଥା କେନ୍ଦ୍ରୀୟ ନେତୃବୃନ୍ଦ ହିଁ ନିଷ୍ପତ୍ତି ନେବେ। ମୁଁ ଏ ନେଇ ଅଧିକ କିଛି କହିପାରିବି ନାହିଁ ।

ଏ ନେଇ ଦଳ ତରଫରୁ କିଛି କୁହାଯାଇନାହିଁ, ଯିଏ ଯାହା ଏ ବିଷୟରେ କହିଛନ୍ତି ଏହା ତାଙ୍କ ବ୍ୟକ୍ତିଗତ ମତ ହୋଇପାରେ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ତେବେ କିଏ ରାଜ୍ୟରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ସେ ନେଇ କିଛି ବି କହିନାହାନ୍ତି ପ୍ରତାପ । କେବଳ ଶୀର୍ଷ ନେତୃତ୍ୱ ହିଁ ଏକଥା ସ୍ଥିର କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହାର ପ୍ରଶ୍ନରେ ସେ କହିଛନ୍ତି ଜୁଏଲ ଓରାମଙ୍କୁ କିଏ କଥା କହିଛନ୍ତି ମୁଁ କିଛି ଜାଣିନି । ମୋତେ ଏନେଇ କିଛି କହିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର