ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ୮ କିଲୋମିଟରର ରୋଡ ସୋ’ କରିଛନ୍ତି। ରାହୁଲ ଗାନ୍ଧି ଏକ ଖୋଲା ଛାତ ଥିବା କାର୍ରେ ଯାଉଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା। ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ଯେଉଁ ବେଲୁନ୍ ଅଣା ଯାଇଥିବା ତାହା ଫାଟି ଯାଇ ବିସ୍ଫୋରଣ ଘଟିଥିଲା।
ଯେତେବେଳେ କଂଗ୍ରେସ ଦଳୀୟ ସଦସ୍ୟମାନେ ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ଆରତୀ ଥାଳି ଧରି ରାହୁଲଙ୍କ ଆଡ଼େ ଯାଉଥିଲେ ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆରତୀ ଥାଳିରେ ଥିବା ଦୀପ ବେଲୁନ୍ ସଂସ୍ପର୍ଶରେ ଆସିବା ପରେ ବେଲୁନ୍ଟି ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଯାହା ବି ହେଉ ଅଧ୍ୟକ୍ଷ ରାହୁଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ରାହୁଲ ବେଲୁନ୍ ବିସ୍ଫୋରଣ ସମୟରେ ନିଜ ଗାଡ଼ିରେ ଅଛନ୍ତି। ଚାଲିକରି ଯାଉଥିବା ରାହୁଲଙ୍କ ସମର୍ଥକମାନେ ପିସ୍ଫୋରଣ ପରେ ଭୟରେ ଏପଟ ସେପଟ ହୋଇ ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/rahul-gandhi-1.jpg)