ରାଜସ୍ଥାନ ନିର୍ବାଚନରେ ପ୍ରଚାର କରିବେ ବିରେନ୍ଦ୍ର ସେହେଓ୍ଵାଗ ଓ ବିଜେନ୍ଦ୍ର ସିଂହ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ବିରେନ୍ଦ୍ର ସେହେଓ୍ଵାଗ୍‌ ଏବଂ ବକ୍ସର ବିଜେନ୍ଦ୍ର ସିଂ ପ୍ରଚାର କରିବେ। ଭାରତର ଏହି ୨ ଜଣାଶୁଣା ଖେଳାଳି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭିଲଓ୍ଵାରାରେ ପ୍ରଚାର କରିବେ। ସେହିପରି ନିର୍ବାଚନ ପ୍ରଚାରରେ ରେସଲର ଗୀତା ଫୋଗତ ଏବଂ ବବିତା ଫୋଗାତ ମଧ୍ୟ ପ୍ରଚାର କରିବେ।

ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ଗୁରୁବାର ଅପରାହ୍ନରେ ଏକ ବୈଠକ ଶାହପୁରାସ୍ଥିତ ମଣିହାର କଟେଜରେ ଅନୁଷ୍ଠିତ ହୋଇଛି। ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ବର୍ତ୍ତମାନ ବିଜେପି, କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ବ୍ୟସ୍ତ ରହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦି ପ୍ରମୁଖ ନେତା ଅଧିକ ବ୍ୟସ୍ତ ଥିବା ଜଣାପଡ଼ିଛି।

ବିଧାନସଭା ନିର୍ବାଚନ ପ୍ରଚାରରେ ଲୋକପ୍ରିୟ ଟିଭି ଅଭିନେତା ଦିଲିପ ଯୋଶୀ (ତାରକ ମେହତା କା ଓଲଟା ଚଷମା) ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରିବେ। ସୂଚନାଯୋଗ୍ୟ ରାଜସ୍ଥାନରେ ୨୦୦ ବିଧାନସଭା ଆସନ ପାଇଁ ଆଗାମୀ ଡିସେମ୍ବର ୭ରେ ମତଦାନ ହେବ। ଡିସେମ୍ବର ୧୧ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର