ବିଜେପିକୁ ମତଦାତା ରାଗିଛନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ଉପ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ରାହୁଲ ଗାନ୍ଧି ଅଭିନନ୍ଦନ ଜଣାଇଛନ୍ତି । ରାହୁଲ କହିଛନ୍ତି ମତଦାତା ଏବେ ବିଜେପି ଉପରେ ରାଗିବା ଆରମ୍ଭ କରିଦେଇଛନ୍ତି, ଯାହାକି ଉତ୍ତରପ୍ରଦେଶ ଉପ ନିର୍ବାଚନରୁ ସ୍ପଷ୍ଟ ହୋଇଛି । ଭୋଟରମାନେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ନଦେଇ ଅଣ ବିଜେପି ପ୍ରାର୍ଥାଙ୍କୁ ଭୋଟ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଆମେ ଉତ୍ତର ପ୍ରଦେଶରେ ଦଳକୁ ସଙ୍ଗଠିତ କରିବାକୁ ଚେଷ୍ଟା କରୁଛୁ । କିନ୍ତୁ ଏହା ରାତାରାତି ହୋଇଯିବ ନାହିଁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ନିର୍ବାଚନ ମଣ୍ଡଳୀ ଗୋରଖପୁର ଓ ଫୁଲପୁର ଆସନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛିା

ସମ୍ବନ୍ଧିତ ଖବର