ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହେବା ପରେ ଆଉ ଡା. ଦାମୋଦର ରାଉତଙ୍କର ଲଗାତାର ଦୁଇ/ତିନି ଦିନ ଧରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ସହ କଥା କଟାକଟି ଚାଲିଥିଲା। ସୋମବାର ଜୋର ଧରିଛି ଡା. ଦାମୋଦର ରାଉତ ଓ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରସ୍ପର ବିରୋଧୀ ବୟାନ ବାଜି। ଆରମ୍ଭ ହୋଇଛି ଦାମ-ସୂର୍ଯ୍ୟ କଳି।

Advertisment

ଦଳରୁ ବହିଷ୍କୃତ ହେବା ପରଠାରୁ ଲଗାତାର ବିଜେଡି ନେତାଙ୍କ ଉପରେ ବର୍ଷୁଛନ୍ତି ଦାମ । ଗ୍ୟାଙ୍ଗଷ୍ଟାର ଟିଟୋ ସହ ଦାମଙ୍କର ସର୍ମ୍ପକ ଥିବା କଥା ସୂର୍ଯ୍ୟ ଅଭିଯୋଗ କରିବା ସହ ରାଜ୍ୟବାସୀ ତାଙ୍କୁ କ୍ଷମା ଦେବେନି ବୋଲି କହିଥିଲେ । ଏପରିକି ପୁଅ ଓ ଜ୍ୱାଇଁଙ୍କ କମ୍ପାନି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଦାମ ଆଦାୟ କରୁଥିବା ସୂର୍ଯ୍ୟ ଅଭିଯୋଗ କରିଥିଲେ ।

publive-image

ଆଉ ଏଭଳି ଅଭିଯୋଗ ଆସିବା ପରେ ତୁଣ୍ଡ ଖୋଲିଛନ୍ତି ଦାମ । ସେ କହିଛନ୍ତି, ‘ସୂର୍ଯ୍ୟଙ୍କୁ ମୁଁ ମଣିଷରେ ଗଣେନି । ସେ ଜଣେ ନୀତିହୀନ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଲୋକ । ସେ ପଇସା ପାଇଁ ପୁଅର ବାପା ନା ମଧ୍ୟ ବଦଳାଇ ଦେଇଛନ୍ତି। ସରକାରୀ ସମ୍ପତି ହଡପ କରୁଛନ୍ତି । ସେ କି ମଣିଷ ଯେ ତା ନାଁରେ ମୁଁ କହିବି। ତାଙ୍କ ବୟସର ଲୋକ ଭଦ୍ର ଲୋକ ଭଳି ଲାଗନ୍ତି । କିନ୍ତୁ ଏଇ ପଚାସଢା ଲୋକଟା ଭଲ ଲୋକ କେଉଁଦିନ ହେଲା?

୨୦୧୨ ମସିହାରେ ଯେତେବେଳେ ନବୀନଙ୍କୁ ହଟାଇବାକୁ ପ୍ୟାରୀଙ୍କ ହାତବାରସି ସାଜି କିଛି ନେତା ଷଡଯନ୍ତ୍ର କରିଥିଲେ ସେତେବେଳେ ତାଙ୍କୁ ଏକୁଟିଆ ମୁଁ ମେଳି ଭାଙ୍ଗିଥିଲି । ଏକଥା ପୂରା ଦୁନିଆ ଜାଣିଛି । କିନ୍ତୁ ସେତେବେଳେ ଯେଉଁ ଲୋକ ଏଭଳି ଷଡଯନ୍ତ୍ର କରୁଥିଲେ ବର୍ତ୍ତମାନ ସେମାନେ ନବୀନଙ୍କ ପରାମର୍ଶଦାତା ସାଜିଛନ୍ତି । ତା’ଛଡା ଟିଟୋ ଲିଙ୍କ ନେଇ ଯେଉଁ ତଦନ୍ତର କଥା ସୂର୍ଯ୍ୟ କହୁଛନ୍ତି ତାହା କରନ୍ତୁ ବୋଲି ଦାମ ଦମ୍ଭୋକ୍ତି ଦେଖାଇ କହିଛନ୍ତି । ତଦନ୍ତ ପରେ ଜଣାପଡ଼ିଯିବ କେଉଁମାନେ ଟିଟୋ ସହ ଜଡିତ ଅଛନ୍ତି ।