୨୦୧୪ ଅପେକ୍ଷା ୨୦୧୯ରେ ବିଜେପି ହାଓ୍ଵା ଅଧିକ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ୨୦୧୪ ଅପେକ୍ଷା ବିଜେପିର ହାଓ୍ଵା ଅଧିକ ଥିବାରୁ ୨୦୧୯ରେ ବିଜେପି ଅଧିକ ଆସନ ପାଇବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜମ୍ମୁ ଓ କଶ୍ମୀରର କଥୁଆ ଠାରେ ଏକ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲୋକେ ଭାରତରେ ଗଣତନ୍ତ୍ରର କ୍ଷମତାକୁ ପ୍ରମାଣିତ କରି ସାରିଛନ୍ତି। ସେ କହିଛନ୍ତି: ୨୦୧୪ ଠାରୁ ୨୦୧୯ରେ ହାଓ୍ଵା ଅଧିକ। ଏଥର କଂଗ୍ରେସ ଠାରୁ ବିଜେପି ତିନି ଗୁଣା ଆସନ ପାଇବ।
ଜାଲିଆଁଓ୍ଵାଲା ବାଗ ଗଣସଂହାରରେ ପୀଡ଼ିତଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ନିମନ୍ତେ ଶନିବାର ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।
ମୋଦି କହିଲେ: ସେ କାର୍ଯ୍ୟକ୍ରମକୁ ବର୍ଜ୍ଜନ କଲେ। କାରଣ ସେ କଂଗ୍ରେସ ପରିବାରର ଭକ୍ତିରେ ବ୍ୟସ୍ତ ଥିଲେ। ସେ ନାମଜାଦାଙ୍କ ସହ ଜାଲିଆଁଓ୍ଵାଲାବାଗ୍ ଗଲେ, କିନ୍ତୁ ଉପରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଉଚିତ ମଣିଲେ ନାହିଁ।
ପ୍ରଧାନମନ୍ତ୍ରୀ ମୋଦି କହିଲେ, ଜମ୍ମୁ ଓ କଶ୍ମୀର ଲାଗି ଭିନ୍ନ ପ୍ରଧାନମନ୍ତ୍ରୀ କଥା କହି ବିରୋଧୀମାନେ ଲୋକମାନଙ୍କୁ ଭୟଭୀତ କରୁଛନ୍ତି। କଶ୍ମୀର ପାଇଁ ଜଣେ ପୃଥକ୍ ପ୍ରଧାନମନ୍ତ୍ରୀ କଥା ଉଠାଇ ଥିବା ନେସ୍ନାଲ୍ କନ୍ଫରେନସ୍ର ନେତା ଓମାର ଅବ୍ଦୁଲ୍ଲାଙ୍କୁ ସମାଲୋଚନା କରି ମୋଦି ଏ ଭଳି କହିଛନ୍ତି।