ମୋଦି ଆତଙ୍କବାଦୀ ପରି ଦିଶୁଛନ୍ତି ବୋଲି କହିଲେ କଂଗ୍ରେସ ନେତ୍ରୀ ବିଜୟଶାନ୍ତି, ଏହାକୁ ନିନ୍ଦା କଲେ କଂଗ୍ରେସ ରାଜ୍ୟସଭା ସଦସ୍ୟ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅଭିନେତ୍ରୀରୁ କଂଗ୍ରେସ ନେତ୍ରୀ ପାଲିଟିଥିବା ତେଲୁଗୁ ହିରୋଇନ ବିଜୟଶାନ୍ତି ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛନ୍ତି କଂଗ୍ରେସର ରାଜ୍ୟସଭା ସଦସ୍ୟ ରେଣୁକା ଚୌଧୁରୀ। ସେ କହିଛନ୍ତି କି ‘ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଏପରି ମନ୍ତବ୍ୟ ଦେବା ଏକ ଅନୁତାପର କଥା। ଯେଉଁ ଭାଷା ପ୍ରୟୋଗ କରାଯାଇଛି ତାହା ଜଣେ ପ୍ରଧାନମନ୍ତ୍ରୀଙ୍କ ଉପରେ ପୟୋଗ କରାଯିବା ଉଚିତ ନୁହେଁ। ମୁଁ ସେଠାରେ ନଥିଲି ଓ ମୁଁ ଶୁଣିନାହିଁ କ’ଣ ସେ କହିଛନ୍ତି। ଯଦି ସେ ଏପରି କିଛି କହିଛନ୍ତି ତେବେ ତାଙ୍କ ପାଇଁ ମୁଁ ଦୁଃଖୀତ। ଆମେ ମୋଦିଙ୍କୁ ପସନ୍ଦ ନ କରିପାରୁ ମାତ୍ର ସେ ଜଣେ ପ୍ରଧାନମନ୍ତ୍ରୀ ହୋଇଥିବା ଦୃଷ୍ଟିରୁ ତାଙ୍କ ଉପରେ ଏପରି ଶବ୍ଦ ପ୍ରୟୋଗ ଅଶୋଭନୀୟ।’

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତ୍ରୀ ବିଜୟଶାନ୍ତି ମୋଦିଙ୍କ ସଂପର୍କରେ କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଆତଙ୍କବାଦୀ ଭଳି ଦେଖା ଯାଉଛନ୍ତି। ଜଣେ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହେବା ଉଚିତ ନୁହେଁ।’ ତାଙ୍କର ଏପରି ବୟାନ ଚାରିଆଡ଼େ ବିବାଦ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର