ନବୀନ ସରକାର ଗରିବ ବିରୋଧୀ ସରକାର: ଜାଭେଡ଼କର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ରବିବାର କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ପରିଚାଳିତ ବିଜୁ ଜନତା ଦଳ ସରକାର ଗରିବ ବିରୋଧୀ କାମ କରୁଛି। ଭୁବନେଶ୍ୱର ଗସ୍ତ କାଳରେ ଜାଭେଡ଼କର କହିଛନ୍ତି, ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିପୁଳ ପରିମାଣରେ ବିଜୟୀ ହେବ ଓ ବିଜେଡି ହାରିବ। ଜାଭେଡକର କହିଛନ୍ତି, ଗ୍ରାମୀଣ ଗରିବ ଜନତା ଆମ ସାଥୀରେ ଅଛନ୍ତି। ନବୀନବାବୁଙ୍କ ଭ୍ରଷ୍ଟ ସରକାରଙ୍କୁ ଆମେ ହଟାଇବୁ। ୧୨୦ ଲକ୍ଷ୍ୟ ପଥରେ ଆମେ ଅଗ୍ରସର ହେଉଛୁ। ପୁରୀ-ଭୁବନେଶ୍ୱରରେ ଆମେ ବିଜୀୟ ହେବୁ ବୋଲି ଜାଭେଡ଼କର କହିଛନ୍ତି।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନବକଳେବରକୁ ନେଇ ଟିପ୍କଣୀ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଅମର ଶତପଥୀ ବିଜେପିକୁ କଡ଼ା ଜବାବ ଦେଇଛନ୍ତି। ନବକଳେବର କେବଳ ଜଗନ୍ନାଥଙ୍କର ହୋଇ ନ ଥାଏ। ନବକଳେବର ସହ କାହାକୁ ତୁଳନା କରାଯାଏନି। ଜଗନ୍ନାଥଙ୍କୁ ବିବାଦ ଭିତରକୁ ଟଣା ନଯାଉ ବୋଲି ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର