ପଶ୍ଚିମବଙ୍ଗରେ ଦଳକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଛି। ଦଳୀୟ ନେତାମାନେ ତୃଣ ମୂଳ କଂଗ୍ରେସ ଆଡ଼କୁ ମୁହାଁଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ସଜାଡ଼ିବା ପାଇଁ ଅଣ୍ଟା ଭିଡିଛନ୍ତି। ନିଜ ସଂସଦୀୟ ଅଂଚଳ ଆମେଠିରୁ ୨ ଦିନିଆ ଗସ୍ତ ସାରି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଫେରିବା ପରେ ରାହୁଲ ଗାନ୍ଧୀ ଶୁକ୍ରବାର ପଶ୍ଚିମବଙ୍ଗ କଂଗ୍ରେସ ନେତାଙ୍କ ସହିତ ବୈଠକ କରିଛନ୍ତି।

ଦିଲ୍ଲୀର ୧୫ ଗୁରୁଦ୍ୱାର ରକାବଗଞ୍ଜ ରୋଡସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ପଶ୍ଚିମବଙ୍ଗ ପ୍ରଭାରୀ ଗୌରବ ଗୋଗୋଇ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ସଭାପତି ଅଧୀର ରଂଜନ ଚୌଧୁରୀ ସମେତ ୪୫ ବରିଷ୍ଠ ନେତାଙ୍କୁ ଡକାଯାଇଛି। ରାହୁଲ ନେତାମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରିଛନ୍ତି। ସେ ନେତାମାନଙ୍କୁ ବୁଝାଇବାକୁ ବହୁ ଉଦ୍ୟମ ମଧ୍ୟ କରିଛନ୍ତି। କେବଳ ଦେଖିବାକୁ ରହିଲା ଯେ, ରାହୁଲ ଅମଙ୍ଗ କଂଗ୍ରେସ ନେତାଙ୍କୁ ଅଟକାଇ ପାରୁଛନ୍ତି କି ନାହିଁ। ଏହି ବୈଠକ ୩ ଘଣ୍ଟା ଧରି ଚାଲିଥିଲା। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନଙ୍କ କହିବା ଅନୁସାରେ ଟିଏମ୍‌ସି ପ୍ରଲୋଭନ ଦେଖାଇ କଂଗ୍ରେସକୁ ଭାଙ୍ଗିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର