ଗୁଜରାଟରେ ଶାସନ ଜାରି ରଖିବ ବିଜେପି, କିଏ ହେବ ମୁଖ୍ୟମନ୍ତ୍ରୀ?

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ବିଜୟ ମିଳିଛି। ୧୮୨ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁ ସମର୍ଥନ ମିଳିଛି। କଂଗ୍ରେସ ଗୁଜରାଟ ସିଂହାସନ ପାଇବାକୁ ଯେତେ ଉଦ୍ୟମ କରିଥିଲେ ମଧ୍ୟ ଆଶା ପୂରଣ ହୋଇପାରି ନାହିଁ। ଗୁଜରାଟରେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। ବିଜୟ ରୂପାନୀଙ୍କୁ ପୁଣି ଥରେ ଗାଦି ମିଳିବ ନା ଆଉ କାହାକୁ ଏହି ଗୁରୁ ଦାୟିତ୍ୱ ଦିଆଯିବ। ଏହି ନିର୍ବାଚନ ରୂପାନୀଙ୍କ ପାଇଁ ପରୀକ୍ଷାର ବେଳ ଥିଲା।

୧୫୦ ସିଟରେ ବିଜୟୀ ହେବାକୁ ଦାବି କରିଥିବା ବିଜେପି ଖାତାକୁ ଆଶାନୁ ରୂପେ ସିଟ ଆସିଛି ମିଳିନାହିଁ। ଗତ ନିର୍ବାଚନ ତୁଳନାରେ କମ ରହିଛି। ବର୍ଷ ୨୦୧୨ ନିର୍ବାଚନରେ ବିଜେପିକୁ ୧୧୫ଟି ସିଟ ମିଳିଥିଲା। ଫଳାଫଳ ପରେ ରୂପାନୀଙ୍କ ଆସନ ନେଇ ପ୍ରଶ୍ନ ଉଠିପାରେ। ରାଜନୀତି ବିଷାରଦଙ୍କ ଆକଳନ ଅନୁସାରେ ରୂପାନୀଙ୍କ ପାଇଁ ସମସ୍ୟା ବଢ଼ିପାରେ। ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ନେତାଙ୍କୁ ସୁଯୋଗ ମିଳିପାରେ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗୁଜରାଟରେ ବିଜେପିର ଲୋକପ୍ରିୟତା କମିଛି। ମୋଦି କେନ୍ଦ୍ରକୁ ଯିବା ପରେ ଆନନ୍ଦୀବେନ ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କ ଶାସନ କାଳରେ ପାଟିଦାର ଆନ୍ଦୋଳନ ଜୋର ଧିରବାରୁ ସମ୍ମାନଜନକ ଭାବରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା।

ଗୁଜରାଟ ନିର୍ବାଚନରେ ବିଜେପି ବିଜୟ ହେବାକୁ ବିପୁଳ ଉଦ୍ୟମ କରିଛି। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ବୈତରଣୀ ପାରି ହେବାକୁ ବହୁତ ସଭା ଓ ର‍୍ୟାଲିରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀମାନେ ଗୁଜରାଟରେ ବହୁ ଗସ୍ତ କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଓ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ପ୍ରମୁଖ ଦାବିଦାର ବୋଲି ଶୁଣାଯାଉଛି।

ସମ୍ବନ୍ଧିତ ଖବର