ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି)ର ଏବେ ସାଂଗଠନିକ ନିର୍ବାଚନ ଚାଲିଛି। ସମ୍ଭବତଃ ଚଳିତ ମାସ ଶେଷ ସୁଦ୍ଧା ଏହି ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଯିବ। ଏହା ପରେ ଦଳ ରାଜ୍ୟ ସଭାପତି ପାଇଁ ପ୍ରକ୍ରିୟା ଆଗକୁ ବଢ଼ାଇବ। ଆଶା କରାଯାଉଛି ଯେ, ଆସନ୍ତା ଜାନୁଆରି ତୃତୀୟ ସପ୍ତାହରେ ରାଜ୍ୟ ବିଜେପିକୁ ନୂଆ ମୁଖିଆ ମିଳିପାରେ। କିନ୍ତୁ ଏହି ପଦବିରେ କିଏ ଅଳଂକୃତ ହେବେ, ସେନେଇ ଏବେ କିଛି ଜଣା ପଡ଼ିନାହିଁ।
ଏହି ଖବର ପଢ଼ନ୍ତୁ: ଭାରତର ଗୁକେଶ ହେଲେ ସର୍ବକନିଷ୍ଠ ବିଶ୍ବ ଚେସ୍ ଚାମ୍ପିଅନ୍
ସାଧାରଣ ନିର୍ବାଚନ-୨୦୨୪ର ଅନ୍ୟତମ ସଫଳ ନାୟକ ମନମୋହନ ସାମଲ ଏହି ପଦବି ଜାରି ରଖିବେ ନା ତାଙ୍କ ସ୍ଥାନକୁ ଆଉ କେହି ଦଖଲ କରିବେ ତାହା ସମୟ କହିବ। କିନ୍ତୁ ରାଜ୍ୟର ମଙ୍ଗୁଆଳ ଯିଏ ବି ହେବେ ଦଳ-ସରକାର ମଧ୍ୟରେ ସମନ୍ବୟ ରଖିବା ସହିତ ପୌର-ପଞ୍ଚାୟତ ନିର୍ବାଚନ ଜିତାଇବା ବଡ଼ ଚ୍ୟାଲେଞ୍ଜ୍ ହେବ।
ଏହି ଖବର ପଢ଼ନ୍ତୁ: ଆମେ ମୁଣ୍ଡ ନୂଆଇଁବୁ ନାହିଁ: ଖଡ଼ଗେ
ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମରଙ୍କ ବୟାନ ପରେ ନୂଆବର୍ଷରୁ ରାଜ୍ୟ ବିଜେପିର ନେତୃତ୍ବ କିଏ ନେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମନମୋହନ ପୁଣି ମଙ୍ଗ ସମ୍ଭାଳିବେ ନା ଆଉ କାହା ଉପରେ ଦଳ ବିଶ୍ବାସ କରିବ ଦଳ ତାହା ସମୟ କହିବ। ବିଜେପିର ସଦସ୍ୟତା ଅଭିଯାନ ଚାଲୁ ରହିଥିବାବେଳେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ବିଜେପିର ୩୭,୮୦୯ ବୁଥସ୍ତରୀୟ ନିର୍ବାଚନ ସରିଛି। ୧୫ ତାରିଖ ସୁଦ୍ଧା ୧୦୦୫ ମଣ୍ଡଳର ନିର୍ବାଚନ ଶେଷ ହେବ। ସେହିଭଳି ୩୬ଟି ସାଙ୍ଗଠନିକ ଜିଲ୍ଲାପାଇଁ ୩୦ ତାରିଖ ସୁଦ୍ଧା ନିର୍ବାଚନ ସାରିବାକୁ ତାରିଖ ଧାର୍ଯ୍ୟ ହୋଇଛି। ଆଉ ନିର୍ବାଚିତ ଜିଲ୍ଲା ସଭାପତିମାନେ ରାଜ୍ୟ ସଭାପତି ବାଛିବେ।
ଏହି ଖବର ପଢ଼ନ୍ତୁ: ପାହାଡ଼ ନିକଟରେ ମହିଳାଙ୍କୁ ଗଳାକାଟି ହତ୍ୟା
ସଂକ୍ଷେପରେ ମନମୋହନ ସାମଲ
ବରିଷ୍ଠ ନେତା ମନମୋହନ ସାମଲ ୨୦୨୩ ମାର୍ଚ୍ଚ ୨୩ ତାରିଖରେ ତୃତୀୟ ଥର ପାଇଁ ରାଜ୍ୟ ବିଜେପିର ସଭାପତି ପଦବିରେ ନିଯୁକ୍ତ ହୋଇଥିଲେ। ସେ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସ୍ଥାନ ନେଇଥିଲେ ଏବଂ ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରିଥିଲେ। ସାଧାରଣ ନିର୍ବାଚନ-୨୦୨୪ରେ ମନମୋହନ ସାମଲ ଓଡ଼ିଶାର ନେତୃତ୍ବ ନେଇଥିଲେ। ଯେଉଁ ଦିନ ସେ ଏହି ଦାୟିତ୍ବ ନେଇଥିଲେ, କହିଥିଲେ ଯେ, ‘ଦଳ ଦେଇଥିବା ଦାୟିତ୍ବ ସୂଚାରୁ ରୂପେ ତୁଲାଇବି। ଦଳରେ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି। ଆମେ ସମସ୍ତେ ମିଳିମିଶି ରାଜ୍ୟରେ ଦଳକୁ ଆହୁରି ସଦୃଢ କରୁବାକୁ କାମ କରିବୁ। ରାଜ୍ୟର ଲୋକମାନଙ୍କୁ ଆମେ ଏକ ବିକଳ୍ପ ସରକାର ଦେବୁ।’ ସାଧାରଣ ନିର୍ବାଚନରେ ଶ୍ରୀ ସାମଲ ତାଙ୍କର ସ୍ବପ୍ନ ପୂରା କରିଥିଲେ। ଫଳରେ ୨୪ ବର୍ଷର ବିଜେଡି ସରକାର ଶୋଚନୀୟ ପରାଜୟ ବରଣ କରିଥିଲା। ଏହା ପୂର୍ବରୁ ଶ୍ରୀ ସାମଲ ୧୯୯୯ରୁ ୨୦୦୦ ମସିହା ଏବଂ ୨୦୦୧ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଜେପିର ସଭାପତି ଥିଲେ। ବିଜେପି-ବିଜେଡି ମେଣ୍ଟ ସରକାରରେ ଦୁଇଟି ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ। ସେ ରାଜସ୍ଵ ଓ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। ସେ ୨୦୦୪ ମସିହା ନିର୍ବାଚରେ ଧାମନଗର ବିଧାନସଭା ଅସନରୁ ବିଧାୟକ ହୋଇଥିଲେ।
ଏହି ଖବର ପଢ଼ନ୍ତୁ: ଭାରତର ଏକ ତୃତୀୟାଂଶ ଅପରାଧୀଙ୍କୁ ଆଶ୍ରୟ ଦେଇଛି ଆମେରିକା