ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ଏକ ବିଶେଷ ସାକ୍ଷାତକାର ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ନ୍ୟୁଜ୍ ଚ୍ୟାନେଲକୁ ଶନିବାର ସାକ୍ଷାତକାର ଦେଇ ସିନ୍ଦେ ଉଦ୍ଧବ ଠାକରେଙ୍କଠାରୁ କାହିଁକି ଅଲଗା ହେଲେ ତାହାର ଗୁମର ଖୋଲିଛନ୍ତି। ଚ୍ୟାନେଲ ନ୍ୟୁଜ୍-୨୪କୁ ଦିଆଯାଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଅନେକ ପ୍ରସଙ୍ଗରେ ନିଜ ମତକୁ ଖୋଲାଖୋଲି ଭାବରେ ପ୍ରକାଶ କରିଥିଲେ । ଲୋକସଭା ନିର୍ବାଚନ ୨୦୨୪ରେ ଫଳାଫଳ ନେଇ ସେ କହିଥିଲେ ବିଜେପିର ବିଜୟ ହେବ। ଏହା ନିଶ୍ଚିତ ବୋଲି ସେ ଦାବି କରିଥିଲେ।

Advertisment

ଏହା ସହ ସେ ବିରୋଧି ଦଳଙ୍କୁ କଟାକ୍ଷ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଉଦ୍ଧବ ଠାକରେଙ୍କଠାରୁ କାହିଁକି ଅଲଗା ହୋଇଥିଲେ ତାହା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ସିନ୍ଦେ କହିଥିଲେ, ସେ ଶିବସେନାକୁ କାହିଁକି ବିଭାଜିତ ହେବାକୁ ଦେଲେ। ଯେଉଁ ଅଜିତ ପାୱାରଙ୍କ କାରଣରୁ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା କାହିଁକି ତାଙ୍କୁ ନିଜ ଦଳରେ ରଖିଥିଲେ ଏବଂ ତାଙ୍କ ସହ ମିଳିତ ଭା‌ବେ ଲୋକସଭା ନିର୍ବାଚନ ୨୦୨୪ରେ କାହିଁକି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଲେ, ଆମେ ଗତ ୨ ବର୍ଷ ଧରି ଲୋକଙ୍କ ପାଇଁ କାମ କରୁଛୁ। ପୂର୍ବରୁ ମହାଭିକାଶ ଅଘାଡି ସରକାର ସମୟରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ବନ୍ଦ ରହିଥିଲା। ମାତ୍ର ଏବେ ଏସବୁ ଜାରି ରହିଛି।

ରାଜ୍ୟର ୪୮ ଲୋକସଭା ଆସନରୁ ବିଜେପି ଥା ଏହାର ସହଯୋଗୀ ଦଳ ୪୫ ଆସନ ମିଳିବା ନିଶ୍ଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯୃର ସୁଫଳ ମିଳିଛି। ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଯୋଗୁ ଜନସାଧାରଣ ବେଶ୍ ଉପକୃତ ହୋଇପାରିଛନ୍ତି। ବିରୋଧି ଦଳ ଆମର ଡବଲ ଇଞ୍ଜିନ୍ ସରକାରଙ୍କ ବିରୋଧରେ ଅଯଥାରେ ଅଭିଯୋଗ ଆଣୁଛନ୍ତି। ବର୍ତ୍ତମାନର ସରକାର ରାଜ୍ୟ ପାଇଁ ୫ ଲକ୍ଷ କୋଟି ଟଙ୍କା ନିବେଶ ଯୋଗାଡ଼ କରିଛନ୍ତି।

ଅଜିତ ପାୱାର ଯେତେବେଳେ ସମସ୍ୟା ସୃଷ୍ଟି କରିଥିଲେ ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ନ ଥିଲି। କିନ୍ତୁ ଏବେ ମୁଁ ମୁଖ୍ୟମନ୍ତ୍ରୀ ତେଣୁ ସ୍ବାର୍ଥ ତୁଳନାରେ ରାଜ୍ୟର ଜନସାଧାରଣଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ମୁଁ ଅଜିତଙ୍କୁ ସରକାରରେ ସାମିଲ କରିଥିଲି। ରାଜ ଠାକରେ ଆମ ସହିତ ରାଲିରେ ସାମିଲ ହୋଇଛନ୍ତି। ସେ ଦେଶର ସ୍ବାର୍ଥକଚ ଦୃଷ୍ଟିରେ ରଖି ଆମ ସହିତ ସାମିଲ ହୋଇଛନ୍ତି। ଆଜି ଆମ ସହିତ ଶିବସେନା ,ବିଜେପି, ଏନସିପି ସହିତ ଅନ୍ୟ ଦଳ ମଧ୍ୟ ସାମିଲ ହୋଇଛନ୍ତି।

ଶିବସେନା ବିଜେପି ୨୫ ବର୍ଷ ଧରି ପରସ୍ପରର ସହଯୋଗୀ ରହିଛନ୍ତି। ଏବେ ଆମର ଲକ୍ଷ୍ୟ ଏକ ରହିଛି।ଉଦ୍ଧବ ଠାକରେଙ୍କଠାରୁ ଅଲଗା ହେବାର ମୁଖ୍ୟ କାରଣ ହେଉଛି ଉଦ୍ଧବ ବାଲାସାହେବଙ୍କ ଚିନ୍ତାଧାରାଠାରୁ ଦୂରେଇ ଯାଇଛନ୍ତି। ତେଣୁ ଆମେ ତାଙ୍କଠାରୁ ଅଲଗା ହୋଇଛୁ।