ଯେଉଁମାନେ ମୋଦିଙ୍କୁ ନିନ୍ଦା କରୁଛନ୍ତି ସେମାନଙ୍କ ହାତ କାଟି ଦେବୁ: ହିମାଚଳ ପ୍ରଦେଶ ବିଜେପି ମୁଖ୍ୟ

ଶିମ୍‌ଲା: ହିମାଚଳ ପ୍ରଦେଶର ଭାରତୀୟ ଜନତା ପାର୍ଟିର ମୁଖ୍ୟ ସତପାଲ ସିଂହ ସଟ୍ଟି ବୁଧବାର ଦିନ କହିଛନ୍ତି କି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଛନ୍ତି ସେମାନଙ୍କ ହାତ କାଟି ଦିଆଯିବ। କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ କରିବା କାରଣରୁ ନିର୍ବାଚନ କମିସନ୍‌ଙ୍କ ତାଙ୍କୁ ପ୍ରଚାର ଅଭିଯାନରୁ ଦୁଇ ଦିନ ବଞ୍ଚିତ କରିଥିଲେ।

ମଣ୍ଡିରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ରାମ ସ୍ୱରୂପ ଶର୍ମାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ ସଟ୍ଟି କହିଥିଲେ: ଯଦି କେହି ମୋଦିଙ୍କୁ ନିନ୍ଦା କରନ୍ତି, ଆମେ ତାଙ୍କ ହାତ କାଟି ତାଙ୍କୁ ଧରାଇ ଦେବୁ। ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସକୁ ନଷ୍ଟ କରୁଛନ୍ତି ବୋଲି ସେ କହିଛନ୍ତି।

ହିମାଚଳ ପ୍ରଦେଶର କଂଗ୍ରେସ ସଭାପତି କୁଳଦୀପ ରାଠୋର୍‌ କହିଛନ୍ତି ସଟ୍ଟି କଂଗ୍ରେସ ନେତାଙ୍କ ବିରୋଧରେ ଅଦ୍ଭୁତ ମନ୍ତବ୍ୟ ଦେବା ସଟ୍ଟିଙ୍କର ଅଭ୍ୟାସରେ ପରିଣତ ହୋଇ ଗଲାଣି। ସେ ଦେଇଥିବା ମନ୍ତବ୍ୟ ହାତ କାଟି ଦିଆଯିବ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧାଚରଣ କରୁଥିବା କଥା ଅଯୌକ୍ତିକ। ଦଳ ପୁଣି ନିର୍ବାଚନ କମିସନ୍‌ଙ୍କ ଠାରେ ଆପତ୍ତି କରିବ ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜଣାଇବ।

ସମ୍ବନ୍ଧିତ ଖବର