ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରାଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀଉପରେ ଭାଜପାର ସହଯୋଗୀ ଅପ୍‌ନା ଦଳର ଆଖି

ଲକ୍ଷ୍ନୌ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟ ଉପରେ ସହଯୋଗୀ ଦଳମାନେ ଚାପ ବଢାଇବାରେ ଲାଗିଛନ୍ତି। ଏବେ ଉତ୍ତର ପ୍ରଦେଶରେ ଭାଜପାର ସହଯୋଗୀ ଅପ୍‌ନା ଦଳ ବି ଏ ଦିଗରେ ଆଗେଇଛି। ଅପ୍‌ନା ଦଳ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିନିଧିତ୍ୱ କରୁଥିବା ବାରାଣାସୀ ଲୋକସଭା କ୍ଷେତ୍ରରୁ ନିଜର ପ୍ରାର୍ଥୀତ୍ୱ ଜାହିର କରିବ ବୋଲି କୁହାଗଲାଣି।
ଅପ୍‌ନା ଦଳ ୨୦୧୯ ଲୋକସଭା ନିର୍ବାଚନାରେ ବାରାଣାସୀ ବ୍ୟତୀତ ଉତ୍ତର ପ୍ରଦେଶର ଅନ୍ୟ ନଅଟି ଭିଆଇପି ସିଟ୍‌ ଉପରେ ବି ନଜର ରଖିଛିି। ଅପ୍‌ନା ଦଳର ମୁଖ୍ୟ ଆଶିଷ ସିଂହ ପଟେଲ କହିଛନ୍ତି ଯେ ୨୦୧୪ରେ ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ କରି ଦୁଇଟି ଆସନରୁ ଲୋକସଭାରେ ବିଜୟୀ ହୋଇଥିଲ ଦଳା ମିର୍ଜାପୁରରୁ ଅପ୍‌ନା ଦଳର ଅନୁପ୍ରିୟା ପଟେଲ୍‌ ଓ ପ୍ରତାପଗଡରୁ କୁଁଓ୍ଵର୍‌ ହରିବଂଶ ସିଂହ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଏଥର ଅପ୍‌ନା ଦଳ ଫୁଲପୁର ଓ ଡୁମରିୟାଗଂଜ ଭଳି ସିଟ୍‌ରେ ନିଜର ପ୍ରାର୍ଥୀ ଦେବାକୁ ଚାହୁଁଛି। ଏହି କାରଣରୁ ଏନଡିଏ ସରକାରର କୌଣସି କାର୍ଯ୍ୟକ୍ରମରେ ଅପ୍‌ନା ଦଳ ଅଂଶ ଗ୍ରହଣ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଭାଜପା ସହିତ ବୁଝାମଣା ନେଇ ଦଳ ଆଗ୍ରହୀ ଅଛି ବୋଲି କହିଛନ୍ତି ଆଶିଷ ପଟେଲ୍‌।

ସମ୍ବନ୍ଧିତ ଖବର