ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁରଙ୍କ ପାଇଁ ଖୋଲିବକି ବିଜେପି ଦ୍ୱାର ? କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ କି ଥରୁର । ଏହି ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ଶଶୀ ଥରୁର ନିଜକୁ କେରଳର ମୁଖ୍ୟମନ୍ତ୍ରୀ ପାର୍ଥୀ ବୋଲି ଘୋଷଣା କରିଛନ୍ତି । କେରଳରେ ଆସନ୍ତା ବର୍ଷ ବା ୨୦୨୬ ଏପ୍ରିଲ୍ ମାସରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାରି ଭିତରେ କିନ୍ତୁ କେରଳରେ କଂଗ୍ରେସର ଅନ୍ତଃ କନ୍ଦଳ ପଦାରେ ପଡିଛି । ନିଜକୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ । ଆଉ ତାପରେ ବିବାଦ ବଢିଛି ଏବଂ ଶଶୀ ହାତ ଛାଡୁଥିବା ଚର୍ଚ୍ଚା ହେଉଛି ।
କେରଳରେ ବାମପନ୍ଥୀ ସରକାରକୁ ପ୍ରଶଂସା କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଥରୁର୍ । କଂଗ୍ରେସକୁ ସମାଲୋଚନା କରି ଥରୁର କହିଛନ୍ତି, କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି ।
ଦଳ ଏହାକୁ ହୃଦୟଙ୍ଗମ କରୁନାହିଁ । ଯଦି କଂଗ୍ରେସ ଦଳ ତାଙ୍କୁ ଆବଶ୍ୟକ ମନେ କରୁନାହିଁ ତା’ହେଲେ ତାଙ୍କ ପାଖରେ ଅନ୍ୟ ବିକଳ୍ପ ରହିଛି । କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବିକୁ ଦୋହରାଇ ଥରୁର୍ କହିଛନ୍ତି, ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ସେ କେରଳରେ ନେତୃତ୍ୱ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି । ଯଦି ଦଳ ମୋର ଲୋକପ୍ରିୟତାକୁ ବ୍ୟବହାର କରିବାକୁ ଚାହୁଛି, ତେବେ ମୁଁ ଦଳ ପାଇଁ ରହିବି ।
ଯଦି ନୁହେଁ, ତା’ହେଲେ ସେ କିଛି ପଦକ୍ଷେପ ନେବାର ଅଛି। ସଂସଦୀୟ କ୍ଷେତ୍ରରେ କଂଗ୍ରେସକୁ ଚାହୁନଥିବା ଲୋକେ ମଧ୍ୟ ତାଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ବୋଲି ଥରୁର୍ କହିଛନ୍ତି। ତାଙ୍କର ଏଭଳି ବୟାନ ଦଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ କଂଗ୍ରେସର ଅଡ଼ୁଆ ବଢ଼ିଯାଇଛି ।
କଂଗ୍ରେସକୁ ଥରୁରଙ୍କ ଚେତାବନୀ
ଦଳର ବରିଷ୍ଠ ନେତାମାନଙ୍କୁ କଟାକ୍ଷ କରିଛନ୍ତି ଥରୁର
ସଂକ୍ଷେପରେ ଶଶୀଙ୍କ ବୟାନ
-‘କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ଦଳକୁ ୨୬ରୁ ୨୭ % ଭୋଟ୍ ଦରକାର’
-ଗତ ଦୁଇ ନିର୍ବାଚନରେ ସମର୍ଥନ କରିନଥିବା ଲୋକଙ୍କର ଆବଶ୍ୟକତା ରହିଛି
-ଦଳ ନିଜର ଭବିଷ୍ୟତ ନେଇ ଭଲଭାବେ ଚିନ୍ତା କରୁ
-କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି
-ଦଳ ଏହାକୁ ହୃଦୟଙ୍ଗମ କରୁନାହିଁ କହିଛନ୍ତି କଂଗ୍ରେସ ସାଂସଦ
-ଯଦି କଂଗ୍ରେସ ଦଳର ମୋର ଆବଶ୍ୟକତା ନାହିଁ ତା’ହେଲେ ମୋ ପାଖରେ ଅନ୍ୟ ବିକଳ୍ପ ଅଛି
-କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବିକୁ ଦୋହରାଇଛନ୍ତି ଥରୁର୍
-ସର୍ଭେରୁ କେରଳରେ ନେତୃତ୍ୱ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ସେ ଆଗରେ ଅଛନ୍ତି’
-ଯଦି ଦଳ ମୋର ଲୋକପ୍ରିୟତାକୁ ବ୍ୟବହାର କରିବାକୁ ଚାହୁଛି, ତେବେ ମୁଁ ଦଳ ପାଇଁ ରହିବି
-ଯଦି ନୁହେଁ, ତା’ହେଲେ ମୋର ନିଜର କିଛି ପଦକ୍ଷେପ ନେବାର ଅଛି।
-ଥରରୁଙ୍କ ଏଭଳି ବୟାନକୁ ନେଇ ଦଳ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/25/DElv7YCSFEepozd6iDdE.jpg)