କେନ୍ଦ୍ରାପଡ଼ା/ଗରଦପୁର (ସୁବ୍ରତ ସାମଲ/ନବଘନ ନାୟକ): ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିକଟ୍ ଦେଇଥିଲେ। ଆମେ ଦଳୀୟ କର୍ମୀ ହୋଇଥିବା କାରଣରୁ ତାଙ୍କୁ ସମର୍ଥନ ଦେଇ ବିଧାୟକ ଜିତାଇଲୁ। ମାସକ ତଳେ ସୁପ୍ରିମୋ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ପାଟକୁରା ନିର୍ବାଚନ ମଣ୍ତଳୀବାସୀ ଜାଣିବାକୁ ଚାହୁଁଛନ୍ତି କେଉଁ କାରଣ ପାଇଁ ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା? ନିଲମ୍ବନର ଯେଉଁ ସବୁ କାରଣ ଦର୍ଶାଇଛନ୍ତି, ତାହାର ଗୋଟିଏ ବି ପ୍ରମାଣ ଦେଇପାରୁନାହାନ୍ତି। ଏହାର ଅର୍ଥ ଅରବିନ୍ଦଙ୍କୁ ଷଡ଼ଯନ୍ତ୍ର କରାଯାଇ ଦଳରୁ ବିଦା କରାଯାଇଛି। ଏପରି ଅନ୍ୟାୟକୁ ଆମେ ସହିବୁ ନାହିଁ। ଆମେ ବିଧାୟକଙ୍କ ସହିତ ଅଛୁ; ଆଗକୁ ରହିବୁ ମଧ୍ୟ...।’ ଗରଦପୁର ବ୍ଲକ୍ କଳାବୁଦା ଶନି ମନ୍ଦିର ନିକଟରେ ଆଜି ଆୟୋଜିତ ମହିଳା ପ୍ରତିବାଦ ସମାବେଶରେ ଦଳୀୟ ନେତୃମଣ୍ତଳୀ ଉପରେ ଏଭଳି ବିଷୋଦଗାର୍ କରିଛନ୍ତି ମହିଳା ନେତ୍ରୀବୃନ୍ଦ।
ଗତ ୧୪ତାରିଖରେ ବିଧାୟକଙ୍କ ବିରୋଧୀ ବିଜେଡି ଗୋଷ୍ଠୀ ଡେରାବିଶ ପଲେଇ ପଞ୍ଚାୟତ ପଡ଼ିଆରେ କର୍ମୀ ସମାବେଶ କରି ଅରବିନ୍ଦଙ୍କ ଉପରେ ବର୍ଷିବା ସହିତ ଦଳ ସହିତ ସେ ବିଶ୍ବାସଘାତକତା କରିଥିବା କହିଥିଲେ। ଏହାର ଦୁଇ ଦିନ ପରେ ଆଜି କଳାବୁଦାରେ ବିଧାୟକଙ୍କ ସମର୍ଥକ ମହିଳା ଗୋଷ୍ଠୀ ସ୍ବତନ୍ତ୍ର ଭାବେ ସମାବେଶ ଆୟୋଜନ କରି ଦଳୀୟ ନେତୃମଣ୍ତଳୀଙ୍କ ଉପରେ ଅରବିନ୍ଦଙ୍କ ନିଲମ୍ବନ ପ୍ରସଙ୍ଗରେ ବର୍ଷିବା ସହିତ ବିଧାୟକ ସହ ଆମେ ଶେଷ ଯାଏ ରହିବୁ ବୋଲି ମହିଳାମାନେ ଶପଥ ନେଇଥିଲେ। ଏଥି ସହିତ କେନ୍ଦ୍ରାପଡ଼ା ଉପକଣ୍ଠ ଦୁହୁରିଆ ଠାରେ ବିଧାୟକ ଶ୍ରୀ ମହାପାତ୍ରଙ୍କ କର୍ମୀ ସମାବେଶ ଘଟଣା ପାଟକୁରା ରାଜନୀତିକୁ ସରଗରମ କରିଦେଇଛି।
ମହିଳମାନେ କହିଛନ୍ତି, ଅରବିନ୍ଦ ମହାପାତ୍ରଙ୍କ ପ୍ରତି ଅନ୍ୟାୟ ହୋଇଛି। ପୂର୍ବତନ ଗରଦପୁର ବ୍ଲକ୍ ବିଜେଡି ସଭାନେତ୍ରୀ ସୁଜାତା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ଗରଦପୁର ବ୍ଲକ ପ˚ଚାୟତ ସମିତି ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ଯ୍ୟ, ପୂର୍ବତନ ଜିଲ୍ଳା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ପାଖଡ଼ ସରପଞ୍ଚ ବନଲତା ସ୍ବାଇଁ, ଗରଦପୁର ସରପଞ୍ଚ ଅନିତା ମାହାଳି, ପଦ୍ମପୁର ସରପଞ୍ଚ ଅନୁସୟା ବେହେରା, ତଳକୁସୁମା ସରପଞ୍ଚ ପ୍ରଭାତ ନଳିନୀ ଜେନା, ପାଟକୁରା ସରପଞ୍ଚ ଗୀତାଞ୍ଜଳି ମହାନ୍ତି, ବେଡ଼ାରି ସରପଞ୍ଚ କୁଞ୍ଜଲତା ମିଶ୍ର, ନାରୀନେତ୍ରୀ ତପସ୍ବିନୀ ପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ଦେଇ ଅରିବନ୍ଦଙ୍କ ନିଲମ୍ବନର ଦୃଢ଼ ପ୍ରତିବାଦ ଜଣାଇଥିଲେ। ସେମାନେ କହିଥିଲେ ଅରବିନ୍ଦ ହେଉଛନ୍ତି ଲଢ଼ୁଆ ବାପର ଲଢ଼ୁଆ ପୁଅ।
ଆହୁରି ପଢ଼ନ୍ତୁ: Dr Raseshwari Panigrahi: ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ
ଗତ ଜାନୁଆରି ୧୫ତାରିଖରେ ପାଟକୁରା ନିର୍ବାଚନ ମଣ୍ତଳୀବାସୀଙ୍କୁ ସଂପୂର୍ଣ୍ଣ ଅନ୍ଧାରରେ ରଖାଯାଇ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଏହା ସମଗ୍ର ନିର୍ବାଚନ ମଣ୍ତଳୀବାସୀଙ୍କ ପାଇଁ କଳାଦିନ। ନିଜେ ଅରବିନ୍ଦ ଏ ବାବଦରେ ବାରମ୍ବାର ପ୍ରଶ୍ନ କରିବା ପରେ ମଧୢ ସୁପ୍ରିମୋ ଏହାର ପ୍ରମାଣ ଦେଇପାରୁନାହାନ୍ତି। ବିଧାନସଭା ଭିତରେ ଓ ବାହାରେ ତାଙ୍କର ୧୮ମାସର କାର୍ଯ୍ୟକାଳକୁ ସାରା ରାଜ୍ୟବାସୀ ଦେଖିଛନ୍ତି। ପାଟକୁରାର ବିକାଶ ପାଇଁ ସେ ଅହରହ କାମ କରୁଛନ୍ତି। ଆମେ ତାଙ୍କୁ ନେତା ରୂପେ ମାନିଛୁ ଏବ˚ ଶେଷଯାଏ ତାଙ୍କ ସହିତ ରହିବୁ ବୋଲି ମହିଳାମାନେ ହୁଳୁହୁଳି ପକାଇ ଶପଥ ନେଇଥିଲେ। ନାରିନେତ୍ରୀ ବନିତା ବାରିକ ସଭା ସଂଯୋଜନା କରିଥିଲେ। ପ୍ରାରମ୍ଭରେ ବହୁ ସ˚ଖ୍ୟାରେ ମହିଳା କୋରୁଆ ବସଷ୍ଟାଣ୍ତ୍ରୁ ଶୋଭାଯାତ୍ରାରେ ବାହାରି ଶନି ମନ୍ଦିର ନିକଟରେ ପହଞ୍ଚିବା ପରେ ପ୍ରତିବାଦ ସମାବେଶ ଆରମ୍ଭ ହୋଇଥିଲା।
ଗରଦପୁର ବ୍ଲକ୍ ପଞ୍ଚାୟତ ସମିତି ଅଧୢକ୍ଷ ଅଭୟ ମହାରାଜ, ପୂର୍ବତନ ଅଧୢକ୍ଷ ବାସୁଦେବ ବେହେରା, ଦିଲ୍ଲୀପ ସାହୁ, ପୂର୍ବତନ ଅଧ୍ୟକ୍ଷଙ୍କ ପ୍ରତିନିଧି ଦିଲ୍ଳୀପ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ ଜେନା, ପ୍ରକାଶ ଚନ୍ଦ୍ର ସାହୁ, ଅଜୟ ଦାସ, ସରପଞ୍ଚ ଅମୀୟ ରଂଜନ ନାୟକଙ୍କ ସମେତ ଅନ୍ୟମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/16/whatsapp-imag-2026-02-16-21-36-02.jpeg)