ଆକ୍ରମଣ କରିଥିବା ଯୁବକର ମାଆଙ୍କୁ ଆଶ୍ୱାସନା ଦେଇ ଏପରି କହିଲେ ବାବୁଲ୍‌ ସୁପ୍ରିୟ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟଙ୍କୁ ଆକ୍ରମଣ କରିଥିବା ଯୁବକର ମାଆଙ୍କୁ ସେ ଆଶ୍ୱାସନା ଦେଇଛନ୍ତି। ତାଙ୍କ ପୁଅର ସେ କୌଣସି କ୍ଷତି ପହଞ୍ଚାଇବେ ନାହିଁ ବୋଲି କହି ଆଶ୍ୱାସନା ଦେଇଛନ୍ତି ବାବୁଲ ସୁପ୍ରିୟ। ଗୁରୁବାର ସଂଧ୍ୟାରେ ବାବୁଲ୍‌ ସୁପ୍ରିୟ ତାଙ୍କ ସୋସିଆଲ୍‌ ମିଡିଆରେ ଏକ ଫଟୋ ସେୟାର୍‌ କରିଥିଲେ। ଫଟୋରେ ଦେଖିବାକୁ ମିଳିଥିଲା ଯେ ଯାଦବପୁର ୟୁନିଭରସିଟିରେ ଯୁବକ ଜଣକ ବାବୁଲ୍‌ ସୁପ୍ରିୟଙ୍କ ଚୁଟି ଟାଣୁଥିଲେ। ସେହି ସମୟର କେତୋଟି ଫଟୋକୁ ଟ୍ଵିଟ୍‌ରେ ସେୟାର୍‌ କରି ପୂରା ଘଟଣା ଲେଖିଥିଲେ।

ଏହି ଟ୍ଵିଟ୍‌ ଦେଖିବା ପରେ ବାବୁଲ୍‌ ସୁପ୍ରିୟଙ୍କୁ ଆକ୍ରମଣ କରିଥିବା ଦେବଜନଙ୍କ ମାଆ ସୋସିଆଲ୍‌ ମିଡିଆରେ କାନ୍ଦି କାନ୍ଦି ତାଙ୍କ ପୁଅକୁ କ୍ଷମା କରି ଦେବା ପାଇଁ ନିବେଦନ କରିଥିଲେ। ଜାଣିବାକୁ ମିଳିଛି ଯେ ମହିଳା ଜଣକ ଗତ ୩ ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ।

ମହିଳାଙ୍କର ଏପରି ନିବେଦନ ପରେ ତାଙ୍କ ପୁଅର ସେ କୌଣସି କ୍ଷତି ପହଞ୍ଚାଇବେ ନାହିଁ ବୋଲି କହି ଆଶ୍ୱାସନା ଦେଇଛନ୍ତି ବାବୁଲ ସୁପ୍ରିୟ। ସେ ଆଶ୍ୱାସନା ଦେଇ କହିଛନ୍ତି, ‘ଆଣ୍ଟି, ଆପଣ ବ୍ୟସ୍ତୁ ହୁଅନ୍ତ ନାହିଁ। ମୁଁ ଆପଣଙ୍କ ପୁଅର କୌଣସି କ୍ଷତି କରିବି ନାହିଁ। ମୁଁ କେବଳ ତାଙ୍କ ଭୁଲ୍‌କୁ ବୁଝାଇବାକୁ ଯେତିକି ଆବଶ୍ୟକ ତାହା କରିବି। ମୁଁ ପୁଲିସ୍‌ରେ ଅଭିଯୋଗ କରି ନାହିଁ କିମ୍ବା କାହାକୁ କରିବାକୁ ଦେବି ନାହିଁ। ଆପଣଙ୍କ ଚିନ୍ତା ଛାଡ଼ନ୍ତୁ, ଶ୍ରୀଘ୍ର ସୁସ୍ଥ ହୁଅନ୍ତୁ। ମୋ ପ୍ରଣାମ ନେବେ।

ସମ୍ବନ୍ଧିତ ଖବର