ନୂୂଆଦିଲ୍ଳୀ: ହାଡ଼ଭଙ୍ଗା ଶୀତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶରୀରରେ କେବଳ ଟି-ସାର୍ଟଟିଏ ପିନ୍ଧି କିପରି ଯାତ୍ରା କରୁଛନ୍ତି ବୋଲି ବିପକ୍ଷ ଦଳର ନେତାମାନେ ପ୍ରଶ୍ନ କରିବା ପରେ ଏ ନେଇ ନିଜର ନୀରବତା ଭଙ୍ଗ କରିଛନ୍ତି । ରାହୁଲ କହିଛନ୍ତି କି ସେ ମଧ୍ୟପ୍ରଦେଶରେ ‘ଭାରତ ଯୋଡ଼ୋ’ ଯାତ୍ରା କରୁଥିବା ବେଳେ ୩ ଜଣ ଗରିବ ଝିଅଙ୍କୁ ଭେଟିଥିଲେ, ଯେଉଁମାନେ କି ଚିରା ପୋଷାକ ପିନ୍ଧି ରାସ୍ତାରେ ବୁଲୁଥିଲେ। ସେହି ଝିଅମାନଙ୍କୁ ଦେଖିବା ପରେ ରାହୁଲ ଶୀତ ପୋଷାକ ନପିନ୍ଧିବା ପାଇଁ ଶପଥ ନେଇଥିଲେ।
इस टी-शर्ट से बस इतना इज़हार कर रहा हूं,
थोड़ा दर्द आपसे उधार ले रहा हूं। pic.twitter.com/soVmiyvjqA— Rahul Gandhi (@RahulGandhi) January 9, 2023
ରାହୁଲ ତାଙ୍କର ମତ ରଖି କହିଛନ୍ତି ଯେ ‘ଲୋକମାନେ ମୋତେ ପଚାରୁଛନ୍ତି ମୁଁ କିପରି ଖଣ୍ଡେ ଟି-ସାର୍ଟ ପିନ୍ଧି ଯାତ୍ରା କରୁଛି ? ମୋତେ ଶୀତ ହେଉଛି କି ନାହିଁ? ମୁଁ ଏହାର କାରଣ କହିବି। ଆମେ ଯେତେବେଳେ କେରଳରୁ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ କରିଥିଲୁ ତ ସେଠାରେ ସେ ସମୟରେ ଗରମ ଥିଲା। ମାତ୍ର ମଧ୍ୟପ୍ରଦେଶକୁ ପଶିବା ବେଳକୁ ଥଣ୍ଡା ପଡ଼ିଲାଣି। ସେଠାରେ ମୁଁ ୩ ଜଣ ଗରିବ ଝିଅଙ୍କୁ ଚିରା ପୋଷାକ ପିନ୍ଧି ରାସ୍ତାରେ ବୁଲୁଥିବାର ଦେଖିଲି। ସେହିଦିନଠାରୁ ମୁଁ ବି ନିଷ୍ପତ୍ତି ନେଲି ଯେ ମୁଁ ବି ଟି-ସାର୍ଟ ବ୍ୟତୀତ ଅନ୍ୟ କୌଣସି ପୋଷାକ ପିନ୍ଧିବି ନାହିଁ।’ ରାହୁଲ ହରିଆଣାର ଅମ୍ବଲାରେ ଗତ ସଂଧ୍ୟାରେ ଏକ ବୈଠକରେ ଯୋଗ ଦେଇ ଏପରି ମତ ରଖିଛନ୍ତି।