ଜ୍ୟୋତିଷଙ୍କ ଭରସାରେ ଅଛନ୍ତି ବି.ଏସ୍‌.ୟେଦୁରପ୍ପା , ୧୯ରେ ହେବ ଏହି ନୂଆ ଖେଳ !

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ଏବେ ବି ଆଶାବାଦୀ ଯେ ସେ କ୍ଷମତାକୁ ଫେରି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କର ଏଭଳି ବିଶ୍ୱାସ ପଛରେ ଜଣେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ରହିଥିବା କୁହାଯାଉଛି। ୟେଦୁରପ୍ପାଙ୍କୁ ଜଣେ ଜ୍ୟୋତିଷ ଭରସା ଦେଇ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି। କୁହାଯାଉଛି ଯେ ଜଣେ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ୟେଦୁରପ୍ପାଙ୍କୁ ‘ଅପରେସନ୍‌ ଲୋଟସ’ରେ ସହାୟତା କରୁଛନ୍ତି।

ଉକ୍ତ ଜ୍ୟୋତିଷ କହିଛନ୍ତି ଯେ ଜାନୁଆରି ୧୯ ତାରିଖରେ ବିରୋଧୀ ଦଳର ୧୯ ଜଣ ବିଧାୟକ ବି.ଏସ ୟେଦୁରପ୍ପାଙ୍କ ସପକ୍ଷରେ ଆସିବେ। ଅର୍ଥାତ୍‌ ଜାନୁଆରୀ ୧୦୪ ବିଧାୟକଙ୍କୁ ନେଇ ହରିଆଣାର ଗୁରୁଗ୍ରାମର ଏକ ହୋଟେଲରେ ରଖିଛନ୍ତି। ହୋଟେଲରେ ଥିବା ଜଣେ ନେତା କହିଥିଲେ ସେମାନେ ବେଙ୍ଗଲୁରୁରେ ୟେଦୁରପ୍ପା କୌଣସି ସଙ୍କେତକୁ ଅପେକ୍ଷା କରିଛନ୍ତି। ଏଣେ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ମଧ୍ୟ କଂଗ୍ରେସ ବିଧାୟକମାନଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି। ଏଭଳି ପରିସ୍ଥିତିରେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ କେତେ ଦୂର ସତ ହେଉଛି,ତାହା ଦେଖିବା କଥା।

ସମ୍ବନ୍ଧିତ ଖବର