ଜ୍ୟୋତିଷଙ୍କ ଭବିଷ୍ୟବାଣୀ : ରାହୁ, ମଙ୍ଗଳର ପ୍ରକୋପରୁ ୟେଦୁରପ୍ପାଙ୍କ ସରକାର ଭାଙ୍ଗିଯିବ !

ନୂଆଦିଲ୍ଲୀ: ଯେଉଁ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ସତ ପ୍ରମାଣିିତ ହୋଇ କଣ୍ଣାଟକରେ  ବିଜେପି ୧୦୪ଟି ଆସନ ଦଖଲ କଲା, ସେହି ଜ୍ୟୋାତିଷଙ୍କ ବର୍ତମାନର ଭବିଷ୍ୟବାଣୀକୁ ନେଇ ଚିନ୍ତାରେ ପଡିଯାଇଛି ବିଜେପି। ୟେଦୁରପ୍ପାଙ୍କ ଜନ୍ମ କୁଣ୍ଡଳୀରେ ଶନି ଚଳନ ଓ ଶପଥ ଗ୍ରହଣ ଉତ୍ସବ ସମୟରେ ରାହୁ ଓ ମଙ୍ଗଳର ପ୍ରକୋପ ହେତୁ ରାଜ୍ୟରେ ବିଜେପି ସରକାର ସଂଖ୍ୟା ଗରିଷ୍ଠତା ପାଇବାରେ ଅସଫଳ ହେବ ବୋଲି ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ଏଣେ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ୟେଦୁରପ୍ପା ସରକାରକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ମଧ୍ୟ ଅନୁରୂପ ଗ୍ରହଦୋଷ ପାଇଁ ୟେଦୁରପ୍ପା ୨୦୦୭ ମସିହାରେ ଶପଥ ଗ୍ରହଣ କରିବାର ମାତ୍ର ୭ ଦିନ ମଧ୍ୟରେ ତାଙ୍କ ସରକାର ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ହାସଲ କରି ନପାରିବାରୁ ସରକାର ଭାଙ୍ଗି ଯାଇଥିଲା। ଏହା ପରେ ୨୦୦୮ରେ ଯେତେବେଳେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କ ଉପରେ ଭ୍ରଷ୍ଟାଚାର ଓ ଦୁର୍ନୀତିର ଗମ୍ଭୀର ଅଭିଯୋଗ ଆସିଥିଲା। ୨୦୧୧ରେ ୟେଦୁରପ୍ପାଙ୍କୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ଗାଦି ମଧ୍ୟ ଛାଡିବାକୁ ପଡ଼ିଥିଲା। ସେହି ବର୍ଷ ହିଁ ସେ ୨୩ ଦିନ ପାଇଁ ଜେଲ ଯାଇଥିଲେ।

ଏହି ସବୁ ଘଟଣାକ୍ରମ ପଛରେ ୟେଦୁରପ୍ପାଙ୍କ ଜନ୍ମ କୁଣ୍ଡଳୀ ହିଁ ଦାୟୀ ବୋଲି କୁହାଯାଇଛି। ବର୍ତମାନ ତାଙ୍କ କୁଣ୍ଡଳୀରେ ଚନ୍ଦ୍ରରେ ଶନିଦଶା ଭୋଗ ହେଉଛି। କେବଳ ୟେଦୁରପ୍ପା ନୁହେଁ ବରଂ କେନ୍ଦ୍ର ସରକାରଙ୍କ ମକର ରାଶିରେ ମଙ୍ଗଳ ଓ କେତୁର ଚଳନ ହେତୁ ଆଗାମୀ ୩୩ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଧକ୍କା ମିଳିବାର ସଙ୍କେତ ଦେଖାଦେଇଥିବା କିଛି ଜ୍ୟୋତିଷ କହିଛନ୍ତି।

ସମ୍ବନ୍ଧିତ ଖବର