ଜଗତସିଂହପୁର: ୧୯୯୯ ମହାବାତ୍ୟା ପରେ ଜଗତ୍ସିଂହପୁର ଜିଲ୍ଲା ଏରସମା ବ୍ଲକରେ ନୂଆ ବେଳାଭୂମି ତିଆରି ହେଲା। ପର୍ଯ୍ୟଟକଙ୍କ ସୁଅ ଛୁଟିଲା। ପର୍ଯ୍ୟଟନ ବିକାଶ ପାଇଁ ଯୋଜନା ହାତକୁ ନିଆଗଲା। କିନ୍ତୁ ଧୀରେ ଧୀରେ ଜନବସତି ଆଡ଼କୁ ସମୁଦ୍ର ମାଡ଼ି ଆସିଲାଣି। ପ୍ରାୟ ୧୦ କିଲୋମିଟର ଦୈର୍ଘ୍ୟ ବିସ୍ତୀର୍ଣ୍ଣ ବେଳାଭୂମିକୁ ଖାଇବାରେ ଲାଗିଛି। ଗତ ୧୦ ବର୍ଷ ଭିତରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ମାଡ଼ି ଆସିଥିବା କୁହାଯାଉଛି। ଜୁଆର ପାଣି କେତେକ ସ୍ଥାନରେ ଜନବସତି ଭିତରକୁ ପଶିଲାଣି। ବେଳାଭୂମି କ୍ଷୟ ହୋଇ ଚାଲିଥିବାରୁ ଶେଷରେ ଭ୍ୟୁ ଟାଵାରକୁ ମଧ୍ୟ ଭାଙ୍ଗିବାକୁ ପଡ଼ିଲା। ଯାହାକୁ ନେଇ ପାଖାପାଖି ୧୦ ଗାଁର ଲୋକଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।
କେତେବେଳେ ଗାଁ ସମୁଦ୍ର ଆଁ ଭିତରେ ପଶିଯିବ ବୋଲି ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ହାଵାଖାନା ଠାରୁ ଗଡ଼ହରିଶପୁର ପର୍ଯ୍ୟନ୍ତ ବେଳାଭୂମି ସଂଲଗ୍ନ ଗାଁକୁ ବିପଦ ଦେଖାଦେଇଛି। ଶିଆଳି, କଳାବେଦୀ, ସରୋବନ୍ତ, ନୋଳିଆ ସାହି, ରାମତରା, ଆମ୍ବିକି, ଗଡ଼ହରିଶପୁରକୁ ବିପଦ ଦେଖାଦେଇଛି। ବେଳାଭୂମିରେ ଗତ ୭/୮ ବର୍ଷ ମଧ୍ୟରେ ଲାଗିଥିବା ହଜାର ହଜାର ଝାଉଁ ଗଛ ଜୁଆର ମାଡ଼ରେ ଉପୁଡ଼ି ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/kcDFumP4UjrRqvmodCWe.jpg)