ଦେଶରେ ପ୍ରାୟ ୧୩ ହଜାର ବର୍ଗ କି.ମି.ରୁ ଅଧିକ ପରିମିତ ଜଙ୍ଗଲ ଜବରଦଖଲରେ ରହିଛି। କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ନାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ପାଖରେ ଦାଖଲ କରାଯାଇଥିବା ତଥ୍ୟରୁ ଏପରି ସାଂଘାତିକ ସୂଚନା ସାମନାକୁ ଆସିଛି। ଜବରଦଖଲ ହୋଇ ରହିଥିବା ଏହି ଜଙ୍ଗଲ ଜମି ପରିମାଣ ସମଗ୍ର ଦିଲ୍ଲୀ, ସିକ୍କିମ୍ ଓ ଗୋଆର ମିଳିତ ଆୟତନ ସଙ୍ଗେ ସମାନ। ମଧ୍ୟପ୍ରଦେଶରେ ସର୍ବାଧିକ ଜଙ୍ଗଲ ଜମି ଜବରଦଖଲ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତବର୍ଷ ଜଙ୍ଗଲ ଜମି ଜବରଦଖଲ ସଂକ୍ରାନ୍ତ ‘ପିଟିଆଇ’ର ଏକ ରିପୋର୍ଟକୁ ଭିତ୍ତି କରି ଏନ୍ଜିଟି ସ୍ବତଃପ୍ରବୃତ୍ତ ଭାବେ ସରକାରଙ୍କୁ ଏ ବାବଦରେ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲା।
ନାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ପାଖରେ ଦାଖଲ କରାଯାଇଥିବା ତଥ୍ୟରୁ ଏପରି ସାଂଘାତିକ ସୂଚନା ସାମନାକୁ ଆସିଛି। ଜବରଦଖଲ ହୋଇ ରହିଥିବା ଏହି ଜଙ୍ଗଲ ଜମିର ପରିମାଣ ସମଗ୍ର ଦିଲ୍ଲୀ, ସିକ୍କିମ୍ ଓ ଗୋଆର ମିଳିତ ଆୟତନ ସଙ୍ଗେ ସମାନ।
ଗତ ସପ୍ତାହରେ ପରିବେଶ ମନ୍ତ୍ରଣାଳୟ ଦାଖଲ କରିଥିବା ବିବରଣୀ ଅନୁଯାୟୀ, ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୧୩,୦୫,୬୬୮ ହେକ୍ଟର ବା ୧୩,୦୫୬ ବର୍ଗ କି.ମି. ଜମି ଜବରଦଖଲ ହୋଇଥିବା କୁହାଯାଇଛି। ଏଥି ସହିତ ବିହାର, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ଦିଲ୍ଲୀ, ଲଦାଖ ଓ ଜାମ୍ମୁକଶ୍ମୀର ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜବରଦଖଲ ବିବରଣୀ ଏଥିରେ ସାମିଲ ହୋଇନାହିଁ। ସୁତରାଂ ଜବରଦଖଲ ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଏ। ତେବେ ସେଥି ମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୫,୪୬୧ ବର୍ଗ କି.ମି. ଜବରଦଖଲ ହୋଇଥିବା ବେଳେ ତାହା ପଛକୁ ଆସାମରେ ଜବରଦଖଲ ପରିମାଣ ୩,୬୨୧ ବର୍ଗ କି.ମି. ରହିଛି। ସେହିପରି ଓଡ଼ିଶାରେ ପ୍ରାୟ ୪୦୫ ବର୍ଗ କି.ମି. ଜଙ୍ଗଲ ଜମି ଜବରଦଖଲ ହୋଇ ରହିଥିବା ବେଳେ ମଣିପୁରରେ ଦେଶର ସର୍ବନିମ୍ନ ୩୨.୭ ବର୍ଗ କି.ମି. ଜଙ୍ଗଲ ଜମି ଜବରଦଖଲ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ବୃକ୍ଷ ଥାଉ କି ନଥାଉ, ସରକାରଙ୍କ ଦ୍ବାରା ଘୋଷିତ ଜଙ୍ଗଲ ଜମିକୁ ରେକର୍ଡ ହୋଇଥିବା ଜଙ୍ଗଲ ଅଞ୍ଚଳ (ଆର୍ଏଫ୍ଏ) ଭାବେ ବିବେଚନା କରାଯାଏ। ଆର୍ଏଫ୍ଏ ପୁଣି ତିନି ଭାଗରେ ବିଭକ୍ତ: (୧) ସଂରକ୍ଷିତ ଜଙ୍ଗଲ, ଯାହାର ସଂପୂର୍ଣ୍ଣ ସୁରକ୍ଷା ରହିଛି ଏବଂ ସାଧାରଣତଃ ଶିକାର ଓ ଚରିବା ଭଳି କାର୍ଯ୍ୟକଳାପ ନିଷିଦ୍ଧ, (୨) ସୁରକ୍ଷିତ ଜଙ୍ଗଲ, ଯେଉଁଠି ନିର୍ଦ୍ଦିଷ୍ଟ ଭାବରେ କିଛି ପ୍ରତିବନ୍ଧକ ଲାଗୁ କରାଯାଇ କିଛି କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଥାଏ ଏବଂ (୩) ଅବର୍ଗୀକୃତ ଜଙ୍ଗଲ, ଯାହାକୁ ସଂରକ୍ଷିତ ବା ସୁରକ୍ଷିତ ଭାବରେ ବର୍ଗୀକୃତ କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/08/Gxrba6mQxzrLTttpKI2J.jpg)