ଭୁବନେଶ୍ବର : ବାୟୁ ପ୍ରଦୂଷଣ ଯୋଗୁଁ ଆମ ଦେଶରେ ପ୍ରତିବର୍ଷ ୨୬ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହାର ୨୫ ପ୍ରତିଶତ ଅର୍ଥାତ୍ ୫ରୁ ୬ ଲକ୍ଷ ଲୋକ ଯାନବାହାନ ଓ ପରିବହନ ଜନିତ ପ୍ରଦୂଷଣ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । କରୋନା ମହାମାରୀରେ ଲୋକଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ଲକଡାଉନ ଲଗାଯାଇଥିଲା, କିନ୍ତୁ ପ୍ରତିବର୍ଷ ଏତେ ଲୋକ ମରୁଥିଲେ ବି ଆମେ ଯେତିକି ଗୁରୁତ୍ବ ଦେବାକଥା ଦେଉନାହୁଁ ବୋଲି କହିଛନ୍ତି ଅଲ୍ଟିଗ୍ରୀନ ପ୍ରପଲସନ ଲାବ୍ସର ପ୍ରତିଷ୍ଠାତା ତଥା ସିଇଓ ଡ. ଅମିତାଭ ସରନ୍ । 

Advertisment


ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀ ସମ୍ମିଳନୀରେ ‘ସନ୍ତୁଳିତ ଭବିଷ୍ୟତ ପାଇଁ ପରିବେଶ ଅନୁକୂଳ ବିକଳ୍ପ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ସେ କହିଛନ୍ତି ଯେ ପୃଥିବୀକୁ ଆମେ ସୁରକ୍ଷା ଦେଇପାରିବା ନାହିଁ, ପୃଥିବୀ କୋଟି କୋଟି ବର୍ଷ ହେଲା ତିଷ୍ଠି ରହିଛି । ଆମେ ନିଜକୁ ବଞ୍ଚେଇବାକୁ ଉଦ୍ୟମ କରିବା । ଆମେ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେବା ଆରମ୍ଭ କରିସାରିଛେ । ଆଜି ଆମେ ନିୟମିତ ଉତ୍କଟ ମରୁଡ଼ି, ବନ୍ୟାବାତ୍ୟା ଦେଖିବାକୁ ପାଉଛେ । ଆଶ୍ଚର୍ଯ୍ୟର କଥା ହେଉଛି ଭାରତରେ ୧୦୦ କିଲୋମିଟର ଦୂରତାରେ ବନ୍ୟା ଓ ମରୁଡ଼ି ଦେଖିବାକୁ ମିଳୁଛି । ଶିଳ୍ପ ପ୍ରଦୂଷଣ ତ ଚିନ୍ତାର ବିଷୟ, ତାଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯାନବାହାନ ପ୍ରଦୂଷଣ ।

ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ୨୬ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହାର ୨୫ ପ୍ରତିଶତ ସଡ଼କ ପରିବହନ ଜନିତ ବାୟୁ ପ୍ରଦୂଷଣକୁ ଦିଆଯାଇପାରେ । ଅର୍ଥାତ୍ ପ୍ରତିବର୍ଷ ଆମ ଦେଶରେ ୫ରୁ ୬ ଲକ୍ଷ ଲୋକ ସଡ଼କ ପରିବହନ ଜନିତ ପ୍ରଦୂଷଣ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । ଟିକିଏ ଚିନ୍ତା କରନ୍ତୁ କୋଭିଡରେ ୧ ଲକ୍ଷ ଲୋକ ମୃତ୍ୟୁବରଣ କରିବାରୁ ସାରା ଦେଶରେ ମହାମାରୀ ଘୋଷିତ ହୋଇଗଲା, କିନ୍ତୁ ସଡକ ପ୍ରଦୂଷଣରେ ପ୍ରତିବର୍ଷ ୫-୬ ଲକ୍ଷ ମରୁଛନ୍ତି, କିନ୍ତୁ ଆମେ ଯେତିକି ଗୁରୁତ୍ବ ଦେବାକଥା ସେତିକି ଗୁରୁତ୍ବ ଦେଉନାହୁଁ କିମ୍ବା କୌଣସି ପଦକ୍ଷେପ ନେଉନାହୁଁ । ଏସବୁ ଘଟୁଛି, ଯେତେବେଳେ ଆମ ଦେଶରେ ପ୍ରତି ୧୦୦୦ ଜଣରେ ମାତ୍ର ୨୨ଟି ଯାନବାହାନ ରହିଛି । ମୁଣ୍ଡପିଛା ଯାନବାହାନ କ୍ଷେତ୍ରରେ ଭାରତ ବିଶ୍ବରେ ୩୪ ତମ ସ୍ଥାନରେ ରହିଛି । ଆମ ଦେଶରେ ଅର୍ଥନୈତିକ ପ୍ରଗତି ବା ଜିଡିପି ଅଭିବୃଦ୍ଧି ସହ ଯାନବାହାନ ସଂଖ୍ୟା ଆହୁରି ବୃଦ୍ଧି ପାଇବ ଓ ତାହା ସହିତ ପ୍ରଦୂଷଣ ବଢିବ । ପୁଣି ଆମ ଦେଶରେ ଦିନକୁ ୨୭ କିଲୋମିଟର ସଡ଼କ ନିର୍ମାଣ ହେଉଛି । ଏହା ମଧ୍ୟ ପ୍ରଦୂଷଣ ବୃଦ୍ଧି ଏକ କାରଣ ।

ତେବେ ଏଠାରେ ପ୍ରଶ୍ନ ଉଠେ ଇଲେକ୍ଟ୍ରିକ୍ ଯାନ କାହିଁକି ? ଏକ ତଥ୍ୟ  ଅନୁସାରେ ଇଣ୍ଟରନାଲ କମ୍ବଷ୍ଟନ ଇଂଜିନର ଇନ୍ଧନ ଉପଯୋଗ ଦକ୍ଷତା ମାତ୍ର ୨୨ ପ୍ରତିଶତ ଥାଏ । ଏହାର ଅର୍ଥ ହେଉଛି ଆମେ ଯେତେ ତେଲ ପକାଉଛେ ତାହାର ମାତ୍ର ୨୨ ପ୍ରତିଶତ ଗାଡ଼ି ଚାଲିବାରେ ବ୍ୟବହାର ହେଉଛି, ଅବଶିଷ୍ଠ ୭୮ ପ୍ରତିଶତ ଶବ୍ଦ, ଧୂଆଁ ନିର୍ଗତ ହେବାରେ ଖର୍ଚ୍ଚ ହୋଇଯାଉଛି । ଅନ୍ୟପକ୍ଷରେ ଇଲେକ୍ଟ୍ରିକ୍ ଯାନର ଦକ୍ଷତା ୯୦ ପ୍ରତିଶତ ରହିଥାଏ । ଏଣୁ ଆମେ ପେଟ୍ରୋଲ ଯାନ ବ୍ୟବହାର କରିବା ନା ଇଲେକ୍ଟ୍ରିକ୍ ଯାନ ?


ତେବେ ଏଠାରେ ପ୍ରଶ୍ନ ଉଠେ ଇଲେକ୍ଟ୍ରିକ୍ ଯାନ କାହିଁକି ? ଏକ ତଥ୍ୟ  ଅନୁସାରେ ଇଣ୍ଟରନାଲ କମ୍ବଷ୍ଟନ ଇଂଜିନର ଇନ୍ଧନ ଉପଯୋଗ ଦକ୍ଷତା ମାତ୍ର ୨୨ ପ୍ରତିଶତ ଥାଏ । ଏହାର ଅର୍ଥ ହେଉଛି ଆମେ ଯେତେ ତେଲ ପକାଉଛେ ତାହାର ମାତ୍ର ୨୨ ପ୍ରତିଶତ ଗାଡ଼ି ଚାଲିବାରେ ବ୍ୟବହାର ହେଉଛି, ଅବଶିଷ୍ଠ ୭୮ ପ୍ରତିଶତ ଶବ୍ଦ, ଧୂଆଁ ନିର୍ଗତ ହେବାରେ ଖର୍ଚ୍ଚ ହୋଇଯାଉଛି । ଅନ୍ୟପକ୍ଷରେ ଇଲେକ୍ଟ୍ରିକ୍ ଯାନର ଦକ୍ଷତା ୯୦ ପ୍ରତିଶତ ରହିଥାଏ । ଏଣୁ ଆମେ ପେଟ୍ରୋଲ ଯାନ ବ୍ୟବହାର କରିବା ନା ଇଲେକ୍ଟ୍ରିକ୍ ଯାନ ?


ଗୋଟିଏ ପେଟ୍ରୋଲ କିମ୍ବା ଡିଜେଲ ଯାନରେ ପ୍ରାୟ ୧୭୦୦ ଗତିଶୀଳ ଉପକରଣ ଲାଗିଥାଏ । ତାହାର ତୁଳନାରେ ଏକ ଇଲେକ୍ଟ୍ରିକ୍ ଯାନରେ ମାତ୍ର ୨୦ଟି ଗତିଶୀଳ ଉପକରଣ ଲାଗିଥାଏ । ଅର୍ଥାତ ଇଲେକ୍ଟ୍ରିକ ଯାନଗୁଡ଼ିକ ବେଶ ସରଳ ।
ଆମେ ଯଦି ପୃଥିବୀକୁ ସହଯୋଗ କରିବାନାହିଁ, ତେବେ ଆମର କିଛି ଭବିଷ୍ୟତ ନାହିଁ । ଏଥିପାଇଁ ଆମକୁ ‘ପୁନଶ୍ଚ ପୃଥିବୀ ପରି ଅଭିଯାନ କରିବାକୁ ପଡ଼ିବ । 


ଆମକୁ ଭାରତୀୟ ବାତାବରଣ ବିଶେଷକରି ପରିବହନ ଶୈଳୀ, ସଡ଼କର କ୍ବାଲିଟିକୁ ନେଇ ଗବେଷଣା ଓ ବିକାଶ କରିବାକୁ ହେବ । ବିଦେଶର ବାତାବାରଣକୁ ନେଇ ଡିଜାଇନ ହୋଇଥିବା ଯାନ ଆମଦେଶ ପାଇଁ ଉପଯୁକ୍ତ ହେବ ନାହିଁ । ଆମକୁ ପ୍ରଥମେ ବ୍ୟବସାୟିକ ଯାନକୁ ସଫଳ କରିବାକୁ ହେବ, ସେପରି ହେଲେ ଆମର ଲକ୍ଷ୍ୟ ସଫଳ ହେବ । ସେଥିପାଇଁ ଆମେ ତିନିଚକିଆ ଇଭି ଉପରେ ଗୁରୁତ୍ବ ଦେଉଛୁ । ଏବେ ଦେଶରେ ଚାଲୁଥିବା ମୋଟ ତିନିଚକିଆ ଯାନର ୨୪ ପ୍ରତିଶତ ହେଉଛି ଇଭି । ଇଲେକ୍ଟ୍ରିକ ଯାନର ଗୁରୁତ୍ବପୂର୍ଣ୍ଣ ଅଂଗ ହେଉଛି ତାହାର ସଫ୍ଟଓ୍ବାର । ଏହା ହିଁ ଇଭିର ମୂଳ ଶକ୍ତି ବୋଲି ଡ. ସରନ କହିଛନ୍ତି ।