ନେଟ୍ ଜିରୋ ଲକ୍ଷ୍ୟ ହାସଲ ଲାଗି ବର୍ଷକୁ ୭-୮ ବିଲିୟନ୍ ଡଲାର ଆବଶ୍ୟକ। ଏହି ରାଶି ଓଡ଼ିଶାର ବାର୍ଷିକ ବଜେଟ୍ର ଏକ ବଡ଼ ଭାଗ। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ରାଜ୍ୟ ସରକାର ଏତେ ପାଣ୍ଠି ନିଜେ ଦେଇପାରିବେ ନାହିଁ। କାରଣ ସରକାରଙ୍କ ଆହୁରି ଅନେକ ପ୍ରାଥମିକତାର କ୍ଷେତ୍ର ରହିଛି। ତେଣୁ ବିକଳ୍ପ ପାଣ୍ଠି ଉତ୍ସ ସନ୍ଧାନ କରିବାକୁ ପଡ଼ିବ ବୋଲି ‘ଜଳବାୟୁ ଫାଇନାନ୍ସ: ସବୁଜ ଅର୍ଥନୀତି ପାଇଁ ଓଡ଼ିଶାର ଲକ୍ଷ୍ୟ ପ୍ରତି ଯୋଗଦାନ’ ଶୀର୍ଷକ ଅଧିବେଶନରେ ବିଶେଷଜ୍ଞମାନେ ଏପରି କହିଥିଲେ।
କ୍ଲାଇମେଟ୍ ଆଣ୍ଡ୍ ସଷ୍ଟେନେବିଲିଟି (ସିଏସ୍ଆଇ)ର ନିର୍ଦ୍ଦେଶକ ଲାବଣ୍ୟ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ଅହମଦାବାଦର ପ୍ରଫେସର ଅମିତ ଗର୍ଗ, ଅବ୍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ମିଡିଲ୍ ଇଷ୍ଟ୍ର ଉପଦେଷ୍ଟା ଡକ୍ଟର ଧ୍ରୁବ ପୁରକାୟସ୍ଥ ଓ ଦି କାଉନ୍ସିଲ୍ ଅନ୍ ଏନର୍ଜି, ଏନ୍ର୍ଭାର୍ଣ୍ଣମେଣ୍ଟ ଆଣ୍ଡ୍ ୱାଟର୍ର ଦି ରିନୁଏବଲ୍ସ ଟିମ୍ର ପ୍ରୋଗ୍ରାମ୍ ଲିଡ୍ ଗୁଞ୍ଜନ ଝୁନଝୁନୱାଲା ପ୍ୟାନେଲିଷ୍ଟ୍ ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଗୁଞ୍ଜନ ଓଡ଼ିଶା ଶିଳ୍ପନୀତି ଉପରେ ଆଲୋଚନା କରିବା ସହ ତାହାକୁ ଆହୁରି ଆକର୍ଷଣୀୟ କରିବା ଲାଗି କହିଥିଲେ।