ମନୁଷ୍ୟ ନିଜର ଆବଶ୍ୟକତା ମେଣ୍ଟାଇବା ଲାଗି ବନ୍ୟପ୍ରାଣୀମାନଙ୍କ ବାସସ୍ଥଳୀ ଉପରେ ଅନୁପ୍ରବେଶ ବଢ଼ାଇଚାଲିଛି। ଏହି ଧାରା ଏପରି ଦ୍ରୁତ ଗତିରେ ଜାରି ରହିଛି ଯେ ଆଗାମୀ ୫୦ ବର୍ଷ ଭିତରେ ପୃଥିବୀର ମୋଟ ସ୍ଥଳଭାଗର ଅଧାଅଧି ସ୍ଥାନରେ ଜନବସତି ଗଢ଼ି ଉଠିଥିବ। ଏହା ଦ୍ବାରା ପରିବେଶ ସନ୍ତୁଳନ ବିଗିଡ଼ିଯିବା ସହ ମନୁଷ୍ୟ-ପ୍ରାଣୀ ଲଢ଼େଇ ସମେତ ବିଭିନ୍ନ ସଂକ୍ରାମକ ରୋଗର ଆଶଙ୍କା ମଧ୍ୟ ଆହୁରି ବଢ଼ିଯିବ ବୋଲି ଆମେରିକାର ମିଚିଗାନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।
ଏହି ଗବେଷକମାନଙ୍କ ଏକ ଆକଳନ ଅନୁଯାୟୀ, ଜନସଂଖ୍ୟା ଯେଉଁ ହାରରେ ବଢ଼ିଚାଲିଛି, ୨୦୭୦ ମସିହା ସୁଦ୍ଧା ପୃଥିବୀର ୫୭ ପ୍ରତିଶତ ସ୍ଥାନରେ ମନୁଷ୍ୟ ବନ୍ୟପ୍ରାଣୀ ବସତି ଅଞ୍ଚଳରେ ପ୍ରଭାବ ବିସ୍ତାର କରିବ। ବର୍ତ୍ତମାନ ଏପରି ଅନେକ ଜଙ୍ଗଲ ରହିଛି, ଯେଉଁଠି ମନୁଷ୍ୟର ପ୍ରବେଶ ହୋଇନାହିଁ। ମାତ୍ର ଭବିଷ୍ୟତରେ ସେସବୁ ଜଙ୍ଗଲରେ ମଧ୍ୟ ମନୁଷ୍ୟର ଉପସ୍ଥିତି ବୃଦ୍ଧି ପାଇବା ସାଙ୍ଗକୁ ତାହାର କାର୍ଯ୍ୟକଳାପ ଓ ବନ୍ୟଜନ୍ତୁଙ୍କ ସହ ମୁକାବିଲା ବଢ଼ିଯିବ। ଦୀର୍ଘ କାଳ ହେଲା ସର୍ବତ୍ର ମନୁଷ୍ୟର ଉପସ୍ଥିତି ବଢ଼ିଚାଲିବା ସହ ତାହାର ନକାରାତ୍ମକ ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଆସିଛି। ଏହାର ଚାପ ବିଭିନ୍ନ ଜୀବଜନ୍ତୁ ପ୍ରଜାତିଙ୍କ ଉପରେ ପଡ଼ିବା ସହ ପରିଣତି ସ୍ବରୂପ ଜୈବ-ବିବିଧତାରେ ସଂକଟ ଦେଖାଦେଇ ଚାଲିଛି। ଉଭୟ ମଣିଷ ଓ ଜୀବଜନ୍ତୁ ସମାନ ସ୍ଥାନରେ ନିଜର ବର୍ଦ୍ଧିତ ଉପସ୍ଥିତି ଜାହିର କରିବା ଯୋଗୁଁ ବନ୍ୟଜନ୍ତୁମାନେ ଚାଷ ହୋଇଥିବା ଫସଲ ଓ ପଶୁପକ୍ଷୀ ଖାଇଯାଉଛନ୍ତି। ମନୁଷ୍ୟ ମଧ୍ୟ ଜୀବଜନ୍ତୁଙ୍କୁ ମାରିଚାଲିଛି। ଫଳରେ ଜୈବ-ବିବିଧତାରେ ସନ୍ତୁଳନ ନଷ୍ଟ ହେଉଛି। ଏହା ଅନେକ ଦୁଃସାଧ୍ୟ ରୋଗର ସଂକ୍ରମଣକୁ ମଧ୍ୟ ସୁଗମ କରିଦେଇଛି।
ମନୁଷ୍ୟଠାରେ ଦେଖା ଦେଉଥିବା ୭୫ ପ୍ରତିଶତ ରୋଗ ଜନ୍ତୁବାହିତ। ଜୀବଜନ୍ତୁଙ୍କ ଠାରୁ ସହଜରେ ମନୁଷ୍ୟ ଶରୀରକୁ ସଂକ୍ରମଣ ସ୍ଥାନାନ୍ତରିତ ହୋଇଥାଏ। କୋଭିଡ୍-୧୯ ଭଳି ଏମ୍ପ କ୍ସ, ବାର୍ଡ ଫ୍ଲୁ, ସ୍ବାଇନ୍ ଫ୍ଲୁ ଆଦି ରୋଗ ତାହାର ଉଦାହରଣ।
କାରଣ ମନୁଷ୍ୟଠାରେ ଦେଖା ଦେଉଥିବା ୭୫ ପ୍ରତିଶତ ରୋଗ ହେଉଛି ଜନ୍ତୁବାହିତ, ଅର୍ଥାତ୍ ସେଗୁଡ଼ିକ ଜୀବଜନ୍ତୁଙ୍କ ଠାରୁ ସହଜରେ ମନୁଷ୍ୟ ଶରୀରକୁ ସ୍ଥାନାନ୍ତରିତ ହୋଇଥାଏ। କୋଭିଡ୍-୧୯ ସମେତ ଏମ୍ପକ୍ସ, ବାର୍ଡ ଫ୍ଲୁ, ସ୍ବାଇନ୍ ଫ୍ଲୁ ଆଦି ରୋଗ ତାହାର ଉଦାହରଣ। ବିଶେଷ କରି ଭାରତ ଓ ଚୀନ୍ ପରି ଜନବହୁଳ ରାଷ୍ଟ୍ରରେ ମନୁଷ୍ୟ ଓ ଜନ୍ତୁବସତି ମଧ୍ୟରେ ପାରସ୍ପରିକ ଅତିକ୍ରମଣ ଅଧିକ ଦେଖାଯାଉଛି। ସେହିପରି ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ଚାଷଜମି ଓ ଜଙ୍ଗଲଜମି ମଧ୍ୟରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହେଉଛି। ଅପରପକ୍ଷେ, ୟୁରୋପରେ ୨୦ ପ୍ରତିଶତରୁ ଅଧିକ ସ୍ଥାନରେ ମନୁଷ୍ୟ-ପ୍ରାଣୀ ଅତିକ୍ରମଣରେ ହ୍ରାସ ଘଟୁଥିବା ଜାଣିବାକୁ ମିଳିଛି। ତେବେ ମନୁଷ୍ୟ-ପ୍ରାଣୀ ଲଢ଼େଇକୁ ହ୍ରାସ କରିବା ଲାଗି ବେଳହୁଁ ପଦକ୍ଷେପ ନେବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି। ସେଥିପାଇଁ କି ପ୍ରକାର ପ୍ରଜାତିର ଜନ୍ତୁଙ୍କ ସହ ମନୁଷ୍ୟର କି ପ୍ରକାର ପ୍ରତିକ୍ରିୟା ରହୁଛି ଏବଂ ତାହା କି ପ୍ରକାର ପରିଣତି ସୃଷ୍ଟି କରୁଛି, ତାହା ଅନୁଧ୍ୟାନ କରିବାର ବେଳ ଆସିଛି ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/BG3IQOoO6hnc1IKptK3B.jpg)