ବିଶ୍ୱର ସବୁଠାରୁ ଲୋକପ୍ରିୟ ଫଳ ଏବଂ ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଫସଲର ମାନ୍ୟତା ରଖୁଥିବା କଦଳୀ ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୀଷଣ କ୍ଷତି ସହିପାରେ ବୋଲି ‘ଖ୍ରୀଷ୍ଟିଆନ୍ ଏଡ୍’ର ଏକ ରିପୋର୍ଟ ସତର୍କ କରାଇଛି। କଦଳୀ ହେଉଛି ବିଶ୍ୱର ସର୍ବାଧିକ ବ୍ୟବହୃତ ଫଳ। ୪୦ କୋଟିରୁ ଅଧିକ ଲୋକ ସେମାନଙ୍କର ଦୈନିକ କ୍ୟାଲୋରିର ୧୫ରୁ ୨୭ ପ୍ରତିଶତ ପାଇଁ କଦଳୀ ଉପରେ ନିର୍ଭର କରନ୍ତି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୮୦ ମସିହା ସୁଦ୍ଧା, ଲାଟିନ୍ ଆମେରିକା ବିଶେଷ ଭାବରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ, ଯାହା କଦଳୀ ଉତ୍ପାଦନରେ ୬୦ ପ୍ରତିଶତ ହ୍ରାସ ଆଣିବ।
ସେହିପରି ୨୦୫୦ ସୁଦ୍ଧା, ଭାରତ ଓ ବ୍ରାଜିଲ୍ ଭଳି ଦେଶରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ କଦଳୀ ଅମଳ କଳ୍ପନାତୀତ ଭାବରେ ହ୍ରାସ ପାଇବାର ଆଶଙ୍କା ରହିଛି ଏବଂ କଲମ୍ବିଆ ଓ କୋଷ୍ଟାରିକା ଭଳି ପ୍ରମୁଖ ରପ୍ତାନିକାରୀମାନେ ମଧ୍ୟ ପ୍ରଭାବିତ ହେବେ। କ୍ରମବର୍ଦ୍ଧିଷ୍ଣୁ ପରିସ୍ଥିତି ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ କଦଳୀରେ ଫଙ୍ଗାଲ୍ ରୋଗ ପ୍ରସାରିତ କରିବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ସାରା ବିଶ୍ୱରେ ପାନାମା ରୋଗ ଓ ଫୁସାରିଅମ୍ ଟ୍ରପିକାଲ ରେସ୍ ୪ ପରି ଆଉ ଏକ କବକ ରୋଗ ଦେଖାଯାଇଛି। ଏହା ଥରେ ମାଟିକୁ ସଂକ୍ରମିତ କଲେ ସେଠାରେ ଆଉ କଦଳୀ ଚାଷ କରାଯାଇପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/20/L4WEjAmGBm5rmjxi92cG.jpg)