ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନ ଦିନକୁ ଦିନ ଅଧିକ ସଂଖ୍ୟକ ପ୍ରତିକୂଳ ଜଳବାୟୁଗତ ବିପର୍ଯ୍ୟୟ ଆଣୁଛି । ଆମକୁ ଏହା ସହ ଖାପ ଖୁଆଇବାକୁ ପଡ଼ିବ ବୋଲି କହିଛନ୍ତି ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ମଧ୍ୟପୂର୍ବର ଉପଦେଷ୍ଟା ଡ.ଧ୍ରୁବ ପୁରକାୟସ୍ତ ।
ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ରେ ଯୋଗଦେଇ ସେ କହିଛନ୍ତି ଯେ ପୂର୍ବରୁ ଓଡ଼ିଶାରେ ହେଉଥିବା ବାତ୍ୟାରେ ହଜାର ହଜାର ଲୋକ ପ୍ରାଣ ହରାଉଥିଲେ କିନ୍ତୁ ଏବେ ବାତ୍ୟାରେ ଅତି କମ ସଂଖ୍ୟକ ଜୀବନହାନୀ ହେଉଛି । ଏଣୁ ଆମକୁ ବିପର୍ଯ୍ୟୟ ସହ ଖାପ ଖୁଆଇବାକୁ ପଡ଼ିବ । ଏଥିପାଇଁ ଆମକୁ ଅଧିକ ସଂଖ୍ୟକ ଜଳବାୟୁ ସହନକ୍ଷମ ଭିତ୍ତିଭୂମି ନିର୍ମାଣ କରିବାକୁ ପଡ଼ିବ । ତେବେ ଏଥିପାଇଁ ଅଧିକରୁ ଅଧିକ ସରକାରୀ ପାଣ୍ଠି ଯୋଗାଇବାକୁ ହେବ, କାରଣ ଘରୋଇ କ୍ଷେତ୍ରରୁ ଏଥିପାଇଁ ପାଣ୍ଠି ଆସିବା ସହଜ ନୁହେଁ ।
ଏହି ଆଲୋଚନା ଚକ୍ରରେ ଆଇଆଇଏମ ଅହମ୍ମଦାବାଦର ପ୍ରଫେସର ଅମିତ ଗର୍ଗ, ଏନଭାରମେଣ୍ଟ ଏଣ୍ଡ ଓ୍ବାଟର, ଦି ରିନେଓ୍ବଲ ଟିମ ଆଟ ଦି କାଉନସିଲ ଅଫ ଏନର୍ଜିର ପ୍ରୋଗ୍ରାମ ଲିଡ୍ ଗୁଞ୍ଜନ ଝୁନଝୁନଓ୍ବାଲା ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ସିଏସଆଇର ନିର୍ଦ୍ଦେଶକ ଲାବଣ୍ୟ ଜେନା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/07/dhruv-2025-10-07-19-44-03.jpg)