ଭୁବନେଶ୍ବର:  ପୃଥିବୀ ବଞ୍ଚିଲେ ଆମେ ବଞ୍ଚିବା… ଏହି ନାରା ନେଇ ସମ୍ବାଦ ଗ୍ରୁପ ପକ୍ଷରୁ ମହତ ଅଭିଯାନ ‘ପୁନଶ୍ଚ ପୃଥିବୀ’ ଜାରି ରହିଥିବା ବେଳେ ପୁନଶ୍ଚ ପୃଥିବୀ-୨୦୨୫ ସମ୍ମିଳନୀର ୩ୟ ଦିବସରେ ଅଭିଯାନର ଲକ୍ଷ୍ଯ ଏବଂ ଗ୍ରାଉଣ୍ଡ ଜିରୋରେ ଅଭିଯାନର ରୂପାୟନ କରିବା ପାଇଁ କଣ କଣ ସବୁ ଚାଲେଞ୍ଜ ସାମ୍ନା କରିବାକୁ ପଡୁଛି ତାର ସବିଶେଷ ତଥ୍ୟ ସହ ‘ପୁନଶ୍ଚ ପୃଥିବୀ’ ପଛର କାହାଣୀ ବଖାଣିଛନ୍ତି ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ ।

Advertisment

WhatsApp Image 2025-10-08 at 16.07.50

ଏକ ସ୍ବତନ୍ତ୍ର ଆଲୋଚନା ଚକ୍ରରେ ଏସି ରୁମରେ ବସି ପରିବେଶ ସମ୍ପର୍କରେ ହେଉଥିବା ଟ୍ରୋଲ୍ ଉପରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି- ‘ଅନେକ ସମୟରେ ଏସି ରୁମ୍ ଭିତରେ ପରିବେଶ ସମ୍ପର୍କିତ ଏ ଆଲୋଚନାକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଏ । ହେଲେ ଏଭଳି ପ୍ରତିକ୍ରିୟାକୁ ମୁଁ ସ୍ୱାଗତ କରୁଛି । କାରଣ ଯେଉଁମାନେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ସେମାନେ ପରିବେଶକୁ ନେଇ କେତେ ସଚେତନ ଏଥିରୁ ଜଣାପଡ଼ୁଛି । 

WhatsApp Image 2025-10-08 at 16.07.51 (1)

ଆଜି ପୁନଶ୍ଚ ପୃଥିବୀ କାର୍ଯ୍ଯକ୍ରମ ଯେପରି ଭାବେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ତାପଛର କାହାଣୀ ମଧ୍ଯ ସେ କହିଛନ୍ତି- ପୁନଶ୍ଚ ପୃଥିବୀ ପାଇଁ ମୁଁ କମ କାମ କରିଛି । ହେଲେ ଆମ ଟିମ୍ ମେମ୍ବର କିନ୍ତୁ ବହୁତ ଅଧିକ କାମ କରିଛନ୍ତି । ସଂଘର୍ଷ ସବୁ କାମରେ ଥାଏ, ହେଲେ ଶେଷରେ କିନ୍ତୁ ଏ ସବୁ ପାଇଁ ଖୁସି ଲାଗୁଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୪୭ ନିର୍ବାଚନମଣ୍ଡଳୀରେ ଯେତେବେଳେ ପରିବେଶ ପଞ୍ଚାୟତର ଆୟୋଜନ ହୋଇଥାଏ, ସେତେବେଳେ ତାହା ଏସି ରୁମ୍ ଭିତରେ ହୁଏନି ବରଂ ଗଛ ତଳେ ହୋଇଥାଏ । ବର୍ଷା ହେଉଥିଲେ ସ୍କୁଲ ଘର ଭିତରେ ଆୟୋଜନ ହୋଇଥାଏ । ଏହାସହ ଟିଭି, ରେଡିଓ ଏବଂ ଖବରକାଗଜରେ ଆମେ ପରିବେଶ ସମ୍ପର୍କିତ ଖବରକୁ ସ୍ଥାନ ଦେଉଛୁ ।

ଖାଲି ୧୪୭ ନିର୍ବାଚନ ମଣ୍ଡଳୀରେ ନୁହେଁ ବରଂ ଗାଁ ଗାଁରେ, ପ୍ରତି ପଞ୍ଚାୟତରେ ‘ପୁନଶ୍ଚ ପୃଥିବୀ’କୁ ପହଞ୍ଚାଇବାକୁ ଚେଷ୍ଟା କରୁଛୁ । ଇଚ୍ଛା ବି ରହିଛି ଘରେ ଘରେ ପରିବେଶ ଯୋଦ୍ଧା ସୃଷ୍ଟି ହୁଅନ୍ତୁ ବୋଲି । ହେଲେ ଏହା ତ ରାତାରାତି ହେଇଯିବନି । ତେଣୁ ‘ପୁନଶ୍ଚ ପୃଥିବୀ’କୁ ଆମେ କେମିତି ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବୁ ସେନେଇ ଗୋଟେ ଲକ୍ଷ୍ୟ ରଖିଛୁ । ଏଥିପାଇଁ ୧୨ ବର୍ଷର ଏକ ଟାର୍ଗେଟ ରଖିଛୁ । ଏହାସହ କୌଣସି ସାମ୍ବାଦିକ ଯଦି ପରିବେଶ ସମ୍ପର୍କିତ ରିପୋର୍ଟିଂ କରିବାକୁ ଚାହୁଛନ୍ତି ତେବେ ସେମାନଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ତନୟା ପଟ୍ଟନାୟକ ।

WhatsApp Image 2025-10-08 at 16.07.50 (1)

ପରିବେଶ ପାଇଁ ଫେଲୋସିପ୍ 

ଯେଉଁମାନେ ପରିବେଶ ଭିତ୍ତିକ ଭଲ ରିପୋର୍ଟ କରିଥିବେ, ସେହି ସାମ୍ବାଦିକମାନଙ୍କୁ ସମ୍ମାନିତ କରିବ ସମ୍ବାଦ । ପରିବେଶ ପରି ଏକ ବୃହତ୍ତର ଅଭିଯାନ ଏବଂ ମହତ କାମ ଆଗରେ ସବୁ ସାମ୍ବାଦିକ ସମାନ । ଯେତେବେଳେ ଆମେ ପରିବେଶ ପାଇଁ ଲୋକଙ୍କୁ ଏକାଠି କରିବାକୁ ଚିନ୍ତା କରୁଛେ, ପରିବେଶ ଉପରେ ଷ୍ଟୋରୀ କରିବାକୁ ଚାହୁଁଛେ ସେତେବେଳେ ସମ୍ବାଦ, ଅଣ-ସମ୍ବାଦ କିମ୍ବା କନକ ନ୍ୟୁଜ, ଅଣ- କନକ ନ୍ୟୁଜର ସାମ୍ବାଦିକ ବୋଲି କିଛି ନାହିଁ । କେହି ବି ସାମ୍ବାଦିକ ଯଦି ପରିବେଶ ଉପରେ ରିପୋର୍ଟ କରିବାକୁ ଚାହୁଁଛନ୍ତି । ଗ୍ରାଉଣ୍ଡକୁ ଯାଇ ପରିବେଶ ଭିତ୍ତିକ ଭଲ ରିପୋର୍ଟ କରିବାକୁ ଚାହୁଁଛନ୍ତି ତେବେ ସମ୍ବାଦ ତାଙ୍କୁ ଫେଲୋସିପ୍ ଦେବ । ୩୦ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା କରାଯାଇଛି, ଆମେ ଆଗାମୀ ଦିନରେ ତାର ସବିଶେଷ ସୂଚନା ପ୍ରଦାନ କରିବୁ ବୋଲି ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି ।

ଭିଡ଼ିଓ ଦେଖନ୍ତୁ