‘ପରିବେଶ ଗଣମାଧ୍ୟମ ଓ ଯୋଗାଯୋଗ: ପୁନଃବ୍ୟାଖ୍ୟା’ ଶୀର୍ଷକ ଅଧିବେଶନରେ ଯୋଗଦେଇ ନେପାଳ ଚାପ୍ଟରର ଏସ୍ଏସିସିଜେଏଫ୍ ସଭାପତି ଶ୍ରୀରାମ ସୁବେଦି କହିଲେ, ଜଳବାୟୁ ପରିବର୍ତ୍ତନ ଦ୍ବାରା ତାପମାତ୍ରା ବୃଦ୍ଧି ସହ ଇକୋ ସିଷ୍ଟମ୍ ପ୍ରଭାବିତ ହେଉଛି। ଏହାର ମୁକାବିଲା କରିବାକୁ ହେଲେ ତୃଣମୂଳ ସ୍ତରରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଜନସାଧାରଣଙ୍କ ସମେତ ନୀତି ନିର୍ଦ୍ଧାରକ, ସାମ୍ବାଦିକ, ବିଶେଷଜ୍ଞ, ଗବେଷକ ଏଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ଭାରତ ସମେତ ଏସିଆ ମହାଦେଶର ସମସ୍ତ ଦେଶ ଅଧିକ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି େସ କହିଥିଲେ। ‘ଦି କ୍ଲାଇମେଟ୍ ରିଅଲିଟି ପ୍ରୋଜେକ୍ଟ ଇଣ୍ଡିଆ’ର ଜାତୀୟ ସଂଯୋଜକ ଋତୁରାଜ ଫୁକନ୍ କହିଲେ, ଜୈବବିବିଧତା ସୁରକ୍ଷା ଦିଗରେ ସ୍ଥାନୀୟ ଲୋକଙ୍କ ଭାଗୀଦାର ଅଧିକ ରହିଛି।
ଏବେ ବି ଦେଶର ୮୦% ଜୈବବିବିଧତା ସ୍ଥାନୀୟ ଲୋକଙ୍କ ସହଯୋଗ ଦ୍ବାରା ସମ୍ଭବପର ହୋଇଛି। ଏବେ ସମୟ ଆସିଛି ଆମକୁ ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍ଡିଜି) ରିପୋର୍ଟ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଟାର୍ଗେଟ୍ ଏରିଆକୁ ଫୋକସ୍ କରିବାର ଆବଶ୍ୟକତା ରହିଛି। ଜଳବାୟୁ ସହନଶୀଳତା ଯୋଜନା ଅରୁଣାଚଳ ପ୍ରଦେଶରେ କାର୍ଯ୍ୟକାରୀ ହୋଇଛି, ତାହାକୁ ଦେଶର ଅନ୍ୟ ରାଜ୍ୟ ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଥିଲେ। ଅର୍ବାନ୍ ଅପ୍ଡେଟ୍ର ଅଭିଷେକ ପାଣ୍ଡେ କହିଲେ, ପାଠକଙ୍କ ରୁଚି ଅନୁଯାୟୀ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କିତ ଖବର ଲେଖିବାକୁ ପଡ଼ିବ। ଖବର ସହ ନିଜକୁ ଜଡ଼ିତ ରଖିବାର ଆବଶ୍ୟକତା ରହିଛି। ପ୍ରତିଟି ସମସ୍ୟାର ସ୍ପଟ୍ ରିପୋର୍ଟିଂ ସହ ବୈଷୟିକ ସମସ୍ୟାଗୁଡ଼ିକ ସହ ନିଜକୁ ଆବେଗପୂର୍ଣ୍ଣ ଭାବେ ନିଜକୁ ଯୋଡ଼ି ଲେଖିବାକୁ ପଡ଼ିବ। ଶିକ୍ଷା, ସ୍ବାସ୍ଥ୍ୟ, ରାଜନୀତି ପରି ଜଳବାୟୁ ପରିବର୍ତ୍ତନ ଏକ ସ୍ବତନ୍ତ୍ର ବିଟ୍ ହେବା ଉଚିତ। ୟୁଏନ୍ଡିପିର କମ୍ପ୍ୟୁନିକସନ୍ ଆସୋସିଏଟ୍ ତାଜିନ୍ କ୍ୟୁରେସି ଅଧିବେଶନ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/06/fshshfshfshfsf-2025-10-06-23-48-58.jpg)